Categories: ଜାତୀୟ

ରାସାୟନିକ କାରଖାନାରେ ବିସ୍ଫୋରଣ: ୬ ମୃତ

ଭାରୁଚ,୧୧।୪: ଗୁଜରାଟର ଭାରୁଚରେ ସୋମବାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
ରାସାୟନିକ କାରଖାନାରେ ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥିଲା। ବିସ୍ଫୋରଣର ଖବର ପାଇବା ପରେ ଅଗ୍ନିଶମ ବାହିନୀ ଟିମ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ଭାରୁଚ ଏସପି ଲୀନା ପାଟିଲ କହିଛନ୍ତି, କାରଖାନା ବିସ୍ଫୋରଣ ହେବା ସମୟରେ ରିଆକ୍ଟର ନିକଟରେ ୬ ଜଣ ଲୋକ କାମ କରୁଥିଲେ। ଡିଷ୍ଟିଲେସନ ପ୍ରକ୍ରିୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା।  ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। କାରଖାନାରେ ନିଆଁ ଲିଭାଇ ଦିଆଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇନାହାଁନ୍ତି।

Share