୯ରୁ ୬ ମହିଳା ପ୍ରାର୍ଥୀ

ଭୁବନେଶ୍ୱର,୧୮ା୪(ଅନିଲ ଦାସ)ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଆଉ ୯ ବିଧାନସଭା ଆସନ ପାଇଁ ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିସହିତ ସମ୍ବଲପୁର ଓ ରେଢ଼ାଖୋଲ ଆସନରେ ପ୍ରାର୍ଥୀଙ୍କୁ ଅଦଳବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ଏହି ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ବିଜେଡି ୯ଜଣଙ୍କ ମଧ୍ୟରେ ୬ଜଣ ମହିଳାଙ୍କୁ ଟିକେଟ ଦେଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଆସନଭାବେ କଣ୍ଟାବାଞ୍ଜିରୁ ଲଢ଼ିବାକୁ ମଧ୍ୟ ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ ଜୟପୁର ବିଧାନସଭା ଆସନରୁ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତୀ କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଏବଂ ଅନୁଗୋଳରୁ ସଂଯୁକ୍ତା ସିଂଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏଥର ୪ଜଣ ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ସେମାନେ ହେଲେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ନିମାପଡ଼ା

ବିଧାୟକ ସମୀର ରଞ୍ଜନ ଦାଶ ଏବଂ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ। ରଜନୀକାନ୍ତଙ୍କ ବଦଳରେ ଦଳ ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ଟିକେଟ ଦେଇଛି। ଅରୁନ୍ଧତୀ ଦେବୀ, ରାଜେନ୍ଦ୍ର ଛତ୍ରିଆ ଓ ଦିଲୀପ ନାୟକ ନିକଟରେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ସେମାନଙ୍କୁ ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଅନ୍ୟପକ୍ଷରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ସମ୍ବଲପୁରରୁ ପ୍ରାର୍ଥୀ କରିଥିଲା। ତେବେ ସେଠାରୁ ସେ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଦଳର ସଭାପତିଙ୍କୁ ଜଣାଇଥିବା ନେଇ ଗତ କିଛିଦିନ ହେବ ଚର୍ଚ୍ଚା ହେଉଥିଲା। ଶେଷରେ ଦଳ ତାଙ୍କ ଅସନ୍ତୋଷକୁ ଦୂର କରି ସିଟ୍‌କୁ ପରିବର୍ତ୍ତନ କରିଛି। ପ୍ରସନ୍ନଙ୍କୁ ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ କରାଯାଇଛି। ସେଠାରେ ପୂର୍ବରୁ ପ୍ରାର୍ଥୀ ଘୋଷିତ ହୋଇଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରାଯାଇଛି। ଏହି ପର୍ଯ୍ୟାୟକୁ ମିଶାଇ ବିଜେଡି ଏ ପର୍ଯ୍ୟନ୍ତ ମୋଟ ୧୨୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୮ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ୨୦୧୯ ନିର୍ବାଚନ ଭଳି ବିଜେଡି ନବୀନଙ୍କୁ ୨୦୨୪ ନିର୍ବାଚନରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରୁ ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶାରେ ଦଳର ସ୍ଥିତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି। ଗତ ନିର୍ବାଚନରେ ବଲାଙ୍ଗୀର ଜିଲାରେ ବିଜେଡିର ପ୍ରଦର୍ଶନ ସନ୍ତୋଷଜନକ ନ ଥିଲା। ବଲାଙ୍ଗୀର ଲୋକ ସଭା ଆସନ ସମେତ ୫ଟି ବିଧାନସଭା ସିଟ୍‌ରୁ ବିଜେଡି ମାତ୍ର ୨ଟି ଆସନରେ ବିଜୟୀ ହୋଇପାରିଥିଲା। କଣ୍ଟାବାଞ୍ଜିି ଆସନରେ ବିଜେଡି ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ବଲାଙ୍ଗୀର ବିଧାନସଭା ଆସନ କଂଗ୍ରେସ ଓ ଲୋଇସିଂହା ସିଟ୍‌ ଭାଜପା ହାତେଇ ଥିଲା। ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଏବଂ ଲୋଇସିଂହା ସିଟ୍‌ରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ। ବିଜେଡିକୁ ଟିଟିଲାଗଡ଼ ଓ ପାଟଣାଗଡ଼ ସିଟ୍‌ ମିଳିଥିଲା। ନବୀନ କଣ୍ଟାବାଞ୍ଜିିରୁ ପ୍ରାର୍ଥୀ ହେବା ପରେ ପଶ୍ଚିମ ଓଡ଼ିଶାରେ ବିଜେଡି ଆସନ୍ତା ନିର୍ବାଚନରେ କ୍ଲିନ୍‌ସୁଇପ କରିବା ଲକ୍ଷ୍ୟରେ ରହିଛି। ନବୀନ ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବା ନେଇ ଘୋଷଣା କରିବା ପରେ ଆଉ ଏକ ଉପନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ନବୀନଙ୍କୁ ଜିତାଇବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ କଣ୍ଟାବାଞ୍ଜିରେ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି। ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବା ପାଇଁ ବିଜେଡି ଏହି ରଣନୀତି ପ୍ରସ୍ତୁତ କରିଛି। ୨୦୧୯ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରୁ ବିଜୟୀ ହେବା ପରେ ନବୀନ ବିଜେପୁର ଛାଡ଼ିଥିଲେ। ସେଠାରେ କଂଗ୍ରେସର ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେହିପରି ଜଣେ ମହିଳା ପ୍ରାର୍ଥୀଙ୍କୁ ଦୃଷ୍ଟିରେ ରଖି ବିଜେଡି ଏହି କାର୍ଡ ଖେଳିଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ସମ୍ବଲପୁର ଭାଜପା ଏମ୍‌ପି ନୀତେଶ ଗଙ୍ଗଦେବ ୨୦୧୪ରେ ଦେବଗଡ଼ରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ତାଙ୍କ ପାରମ୍ପରିକ ସିଟ୍‌ ଦେବଗଡ଼ ବିଧାନସଭା ଆସନରୁ ଭାଜପା ସୁବାସ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ଦଳ ସୁବାସଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଭାଜପା ନୀତେଶଙ୍କୁ କୌଣସି ଲୋକ ସଭା କିମ୍ବା ବିଧାନସଭା ଆସନ ପାଇଁ ଟିକେଟ ଦେଇନାହିଁ। ନୀତେଶ ଇସ୍ତଫା ଦେଇ ନ ଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଅରୁନ୍ଧତୀ ଦେବୀ ଭାଜପାରୁ ଇସ୍ତଫା ଦେଇ ମଙ୍ଗଳବାର ବିଜେଡିରେ ସାମିଲ ହୋଇଥିଲେ। ଏହାର ଦିନକ ପରେ ଦଳ ତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ଦେବଗଡ଼ରୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଚିତା ସଂଖ୍ୟା ୫୦ ପାର୍, କୁନୋରେ ୫ ନୂଆ ଶାବକଙ୍କ ଜନ୍ମ

ମଧ୍ୟପ୍ରଦେଶ,୧୧।୩: ଭାରତର ‘ପ୍ରୋଜେକ୍ଟ ଚିତା’ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ମାଦା ଚିତା ‘ଜ୍ଵାଳା’ ୫ଟି ଶାବକଙ୍କୁ…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

IPL 2026 ପାଇଁ ବିରାଟ କୋହଲିଙ୍କ ଆଗରେ ରଖିଲା ବଡ଼ ସର୍ତ୍ତ ରଖିଲା BCCI

ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ…

ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ ମାମଲା, ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା

ପଦ୍ମପୁର,୧୧ା୩(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁରରେ ଦଶମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଶ୍ନ ପତ୍ର ଲିକ୍‌ ମାମଲାରେ ବିଭିନ୍ନ ସ୍କୁଲର ୮ଜଣ ଶିକ୍ଷକଙ୍କୁ ପୋଲିସ ଅଟକ ରଖିଥିଲା।…

ଡ୍ୟୁଟି ପାଇଁ ଯାଉଥିଲେ, ସାମ୍ନାରୁ ଆସି ପିଟିଲା ବାଇକ୍‌; ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ, ଜଣେ ଯବାନ…

କୋକସରା,୧୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ଦାସ କଲୋନୀ…

IPL ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା: ମାତ୍ର ୧୫ ଦିନରେ ଖେଳାଯିବ ୨୦ ମ୍ୟାଚ୍‌, ମାର୍ଚ୍ଚ ୨୮ରୁ…

ନୂଆଦିଲ୍ଲୀ,୧୧।୩: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ର କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ…

ଅନାସ୍ଥା ଭୋଟ୍‌ରେ ହାରିଗଲେ ପୌର ଉପାଧ୍ୟକ୍ଷା, ଜିତିଲେ…

ରାୟଗଡ଼ା,୧୧ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ଫଳାଫଳ ବୁଧବାର ପ୍ରକାଶ ପାଇଛି। ହାଇକୋର୍ଟରେ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri