Posted inଜାତୀୟ

କାର୍ଯ୍ୟକାଳର ଶେଷଦିନରେ ୬ ରାୟ ଦେବେ ୟୁୟୁ ଲଳିତ…

ନୂଆଦିଲ୍ଲୀ,୭।୧୧ : ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ପ୍ରକାଶ ଥାଉକି, ନଭେମ୍ବର ୮ ଗୁରୁ ନାନକ ଜୟନ୍ତୀ ହୋଇ୍‌ଥିବରୁ କୋର୍ଟ ଛୁଟି ରହିବ। ତେଣୁ ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ଲଲିତଙ୍କ ଶେଷ କାର୍ଯ୍ୟ ଦିବସ। ତାଙ୍କର ଶେଷ କାର୍ଯ୍ୟ ଦିବସରେ, ସୁପ୍ରିମକୋର୍ଟଙ୍କ ତରଫରୁ ତାଙ୍କ ଦ୍ୱାରା ପରିଚାଳିତ ଆନୁଷ୍ଠାନିକ ସମାରୋହ ବେଞ୍ଚର ପ୍ରକ୍ରିୟା ସିଧା ପ୍ରସାରଣ ହେବ।

ସୂଚନା ଅନୁଯାୟୀ, ସମାରୋହ ବେଞ୍ଚର ପ୍ରକ୍ରିୟା ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଏଥିରେ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀ ରହିବେ। ଭାରତର ପ୍ରଧାନ ବିଚାରପତି ତାଙ୍କ ଉତ୍ତରାଧିକାରୀଙ୍କ ସହ ଏହି ଅବସରରେ ଉପସ୍ଥିତ ରହିବାର ପରମ୍ପରା ଅଛି। ଏହି ଉତ୍ସବରେ ବାରର ଅନ୍ୟ ସଦସ୍ୟ ଏବଂ ଅଧିକାରୀମାନେ ତାଙ୍କୁ ବିଦାୟ ଦେବେ।

ତାଙ୍କର ଶେଷ କାର୍ଯ୍ୟ ଦିବସରେ ଜଷ୍ଟିସ ୟୁୟୁ ଲଲିତ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହି ରାୟ ପ୍ରକାଶ କରିବେ। ଏଥିରେ ସବୁଠାରୁ ବଡ ମାମଲା ହେଉଛି ସାଧାରଣ ବର୍ଗର ଅର୍ଥନୈତିକ ଗରିବ (ଇଡବ୍ଲୁଏସ)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ। ଏହି ସଂରକ୍ଷଣର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଅନ୍ୟପକ୍ଷରେ, ଦ୍ୱିତୀୟ ମାମଲା ଅମ୍ରାପାଲି ଗୃହ ଯୋଜନା ସହିତ ଜଡିତ। ଏଥିରେ ସୁପ୍ରିମକୋର୍ଟ ବଣ୍ଟନକାରୀଙ୍କୁ ଫ୍ଲାଟ ପାଇବା କିମ୍ବା ଏହାର ପ୍ରତିବଦଳରେ ଟଙ୍କା ପାଇବା ନେଇ ଏକ ବଡ ନିଷ୍ପତ୍ତି ଦେବାକୁ ଯାଉଛନ୍ତି। ଅନ୍ୟ ଚାରିଟି ମାମଲା ସାଧାରଣ ଶ୍ରେଣୀର ରହିଛି।

ଜଷ୍ଟିସ ୟୁୟୁ ଲଲିତ ୨୭ ଅଗଷ୍ଟରେ ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ୭୪ ଦିନର ଥିଲା। ଜଷ୍ଟିସ ୟୁୟୁ ଲଲିତଙ୍କ ପରିବାର ପିଢ଼ି ପରେ ପିଢ଼ିି ଧରି ନ୍ୟାୟିକ ପ୍ରକ୍ରିୟା ସହିତ ଜଡିତ ରହିଆସିଛନ୍ତି। ଜଷ୍ଟିସ ଲଲିତଙ୍କ ଦାଦା ରଙ୍ଗନାଥ ଲଲିତ ସ୍ବାଧୀନତା ପୂର୍ବରୁ ସୋଲାପୁରରେ ଜଣେ ଓକିଲ ଥିଲେ। ଜଷ୍ଟିସ ୟୁୟୁ ଲଲିତଙ୍କ ୯୦ ବର୍ଷିୟ ପିତା ଉମେଶ ରଙ୍ଗନାଥ ଲଲିତ ମଧ୍ୟ ଜଣେ ପେସାଦାର ଓକିଲ ଭାବରେ କାର୍ଯ୍ୟ କରିଛନ୍ତି। ପରେ ସେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଜଷ୍ଟିସ ଲଲିତଙ୍କର ଦୁଇ ପୁଅ ହର୍ଷଦ ଏବଂ ଶ୍ରେୟଶ ଅଛନ୍ତି, ଯେଉଁମାନେ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ। ତେବେ ପରେ ଶ୍ରେୟଶ ଲଲିତ ମଧ୍ୟ ଆଇନ ଆଡକୁ ମୁହାଁଇଥିଲେ। ତାଙ୍କ ପତ୍ନୀ ରବିନା ମଧ୍ୟ ଜଣେ ଓକିଲ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri