Categories: ଜାତୀୟ

ରାଜ୍ୟ ସଭାରୁ ୬ ଟିଏମ୍‌ସି ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ,୪।୮: ସଂସଦର ମୌସୁମୀ ଅଧିବେଶନ ଏପର୍ଯ୍ୟନ୍ତ ଅଶାନ୍ତ ହୋଇପଡିଛି। ହଟ୍ଟଗୋଳ ଯୋଗୁ ଉଭୟ ଗୃହ ଅଚଳ ହୋଇ ପଡ଼ିଛି। ବୁଧବାର ଦିନ ଉଭୟ ଗୃହରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ରାଜ୍ୟ ସଭାରେ ବିରୋଧୀ ଆଶାନ୍ତ ହୋଇପଡ଼ିଥିଲେ। ଗୃହର ଗାରିମା କ୍ଷୁର୍ଣ୍ଣ କରିଥିବାରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ୬ ଜଣ ଏମ୍‌ପିଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି।

ନିଲମ୍ବିତ ଏମ୍‌ପିମାନେ ପ୍ଲାକାର୍ଡ ଧରି ଗୃହର ଓ୍ବେଲରେ ପହଞ୍ଚିଥିଲେ। ଏହା ସହିତ ଅଧ୍ୟକ୍ଷଙ୍କ ଆଦେଶକୁ ମଧ୍ୟ ଅବମାନନା କରିଥିଲେ। ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଅଭିଯୋଗ ଲାଗି ଡୋଲା ସେନ, ନାଡିମୁଲ ହକ, ଆବିର ରଞ୍ଜନ ବିଶ୍ୱ, ଶାନ୍ତା ଛତ୍ରୀ, ଅର୍ପିତା ଘୋଷ ଏବଂ ମୌସମ ନୁରଙ୍କୁ ନିଲମ୍ବିିତ କରାଯାଇଛି।

Share