ବାକି ପଡ଼ିଛି ୬ ହଜାର କୋଟି

ଯୋଡ଼ା,୧୬ା୫(ଡି.ଏନ୍‌.ଏ.): ଓଡ଼ିଶାର ଖଣି ବହୁଳ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଖଣି ଦୁର୍ନୀତିକୁ ନେଇ ୨୦୦୯- ୧୦ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୁର୍ନୀତିର ତଦନ୍ତ କରିବା ପାଇଁ ଜଷ୍ଟିସ ଏମ୍‌.ବି. ଶାହା କମିଶନ ଏବଂ ପରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍‌ପାୱାର୍ଡ କମିଟି (ସିଇସି)ଯାଞ୍ଚକରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ। ଉକ୍ତ ମଣ୍ଡଳରେ ଖଣି ଉପରେ ଖଣି ଖନନରେ ଅନିୟମିତତା ଥିବା ହେତୁ କୋର୍ଟ ଜରିମାନା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଲିଜ୍‌ଧାରୀମାନେ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ଜରିମାନା ଟଙ୍କା ପଇଠ କରିନାହାନ୍ତି। ଫଳରେ ଓଡ଼ିଶା ମାଇନିଂ ବିୟରିଂ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଅର୍ଥରେ ହେଉଥିବା ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ବାଧା ଉପୁଜୁଛି।
ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସରେ ଅନିୟମିତତା କରିଥିବା ୬୮ ଖଣିକୁ ପ୍ରାୟ ୧୯,୨୯୦ କୋଟି ୮୧ ଲକ୍ଷ ୭୩ ହଜାର ୪୨୩ ଟଙ୍କା କ୍ଷତି ଭରଣା କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ୧୪, ୭୯୩ କୋଟି ୭୧ ଲକ୍ଷ ୮୯ ହଜାର ୭୧୩ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୪୪୯୭ କୋଟି ୦୯ ଲକ୍ଷ ୮୩ ହଜାର ୭୧୦ଟଙ୍କା ବକେୟା ଅର୍ଥ କେତେଜଣ ଖଣି ଲିଜ୍‌ଧାରୀଙ୍କ ପାଖରେ ଅନାଦେୟ ହୋଇରହିଛି। ସେହିପରି ଫରେଷ୍ଟ କଞ୍ଜର୍ଭେଶନ ଆକ୍ଟରେ ୯ ଲିଜ୍‌ଧାରୀ ଖିଲାପକାରୀଙ୍କ ବିରୋଧରେ ପ୍ରାୟ ୧୭୨୬ କୋଟି ୧୦ ଲକ୍ଷ ୯୧ ହଜାର ୯୩୪ ଟଙ୍କା କ୍ଷତି ଭରଣା ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ପ୍ରାୟ ୧୭୨୫ କୋଟି ୭୭ ଲକ୍ଷ ୩୯ ହଜାର ୫୧୯ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୩୩ ଲକ୍ଷ ୫୨ହଜାର ୪୧୫ଟଙ୍କା ବକେୟା ରହିଛି। ମାଇନିଂ ପ୍ଲାନ୍‌ ଓ କନ୍‌ସେଣ୍ଟ ଟୁ ଅପରେଟ ଖିଲାପକାରୀ ୫୭ ଲିଜ୍‌ଧାରୀଙ୍କ ବିରୋଧରେ ପ୍ରାୟ ୨୧୩୯ କୋଟି ୪୯ ଲକ୍ଷ ୮୧ ହଜାର ୧୭୦ ଟଙ୍କା କ୍ଷତି ଭରଣା ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ୮୬୫ କୋଟି ୬୩ ଲକ୍ଷ ୬୦ ହଜାର ୩୮୭ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୧୨୭୩ କୋଟି ୮୬ ଲକ୍ଷ ୨୦ ହଜାର ୭୮୩ ଟଙ୍କା ବକେୟା ରହିଛି।
ପ୍ରକାଶଯୋଗ୍ୟ, ମାଇନିଂ କଞ୍ଜର୍ଭେଶନ ନିୟମର ୨୧(୫)ଧାରା ଅନୁଯାୟୀ, ନିୟମ ଖିଲାପକାରୀଙ୍କ ବିରୋଧରେ ୨୮ ଅଗଷ୍ଟ ୨୦୧୭ରେ କୋର୍ଟ ଜରିମାନା ଧାର୍ଯ୍ୟ କରିଥିଲେ। ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସ, ଫରେଷ୍ଟ କଞ୍ଜର୍ଭେଶନ ନିୟମ, କନ୍‌ସେଣ୍ଟ ଟୁ ଅପରେଟ, ମାଇନିଂ ପ୍ଲାନ୍‌ ପ୍ରଭୃତିରେ ଖିଲାପକରି ଅନିୟମିତତା କରିଥିବା ହେତୁ ଅନେକ ହଜାର କୋଟି ଟଙ୍କା କ୍ଷତିଭରଣା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ଷତି ଭରଣା ଅର୍ଥ ଓଏମ୍‌ବିଏଡିସିରେ ଜମାହୋଇ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ। କ୍ଷତିଭରଣା ଦେବାରେ ଅସମର୍ଥ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ଓଡ଼ିଶା ସରକାର ସାର୍ଟିଫିକେଟ କେସ୍‌ ମଧ୍ୟ ରୁଜୁକରିଛନ୍ତି। ଏହାକୁ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri