ବାକି ପଡ଼ିଛି ୬ ହଜାର କୋଟି

ଯୋଡ଼ା,୧୬ା୫(ଡି.ଏନ୍‌.ଏ.): ଓଡ଼ିଶାର ଖଣି ବହୁଳ କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଖଣି ଦୁର୍ନୀତିକୁ ନେଇ ୨୦୦୯- ୧୦ରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୁର୍ନୀତିର ତଦନ୍ତ କରିବା ପାଇଁ ଜଷ୍ଟିସ ଏମ୍‌.ବି. ଶାହା କମିଶନ ଏବଂ ପରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍‌ପାୱାର୍ଡ କମିଟି (ସିଇସି)ଯାଞ୍ଚକରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ। ଉକ୍ତ ମଣ୍ଡଳରେ ଖଣି ଉପରେ ଖଣି ଖନନରେ ଅନିୟମିତତା ଥିବା ହେତୁ କୋର୍ଟ ଜରିମାନା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଲିଜ୍‌ଧାରୀମାନେ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ଜରିମାନା ଟଙ୍କା ପଇଠ କରିନାହାନ୍ତି। ଫଳରେ ଓଡ଼ିଶା ମାଇନିଂ ବିୟରିଂ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ଅର୍ଥରେ ହେଉଥିବା ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ବାଧା ଉପୁଜୁଛି।
ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସରେ ଅନିୟମିତତା କରିଥିବା ୬୮ ଖଣିକୁ ପ୍ରାୟ ୧୯,୨୯୦ କୋଟି ୮୧ ଲକ୍ଷ ୭୩ ହଜାର ୪୨୩ ଟଙ୍କା କ୍ଷତି ଭରଣା କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ୧୪, ୭୯୩ କୋଟି ୭୧ ଲକ୍ଷ ୮୯ ହଜାର ୭୧୩ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୪୪୯୭ କୋଟି ୦୯ ଲକ୍ଷ ୮୩ ହଜାର ୭୧୦ଟଙ୍କା ବକେୟା ଅର୍ଥ କେତେଜଣ ଖଣି ଲିଜ୍‌ଧାରୀଙ୍କ ପାଖରେ ଅନାଦେୟ ହୋଇରହିଛି। ସେହିପରି ଫରେଷ୍ଟ କଞ୍ଜର୍ଭେଶନ ଆକ୍ଟରେ ୯ ଲିଜ୍‌ଧାରୀ ଖିଲାପକାରୀଙ୍କ ବିରୋଧରେ ପ୍ରାୟ ୧୭୨୬ କୋଟି ୧୦ ଲକ୍ଷ ୯୧ ହଜାର ୯୩୪ ଟଙ୍କା କ୍ଷତି ଭରଣା ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ପ୍ରାୟ ୧୭୨୫ କୋଟି ୭୭ ଲକ୍ଷ ୩୯ ହଜାର ୫୧୯ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୩୩ ଲକ୍ଷ ୫୨ହଜାର ୪୧୫ଟଙ୍କା ବକେୟା ରହିଛି। ମାଇନିଂ ପ୍ଲାନ୍‌ ଓ କନ୍‌ସେଣ୍ଟ ଟୁ ଅପରେଟ ଖିଲାପକାରୀ ୫୭ ଲିଜ୍‌ଧାରୀଙ୍କ ବିରୋଧରେ ପ୍ରାୟ ୨୧୩୯ କୋଟି ୪୯ ଲକ୍ଷ ୮୧ ହଜାର ୧୭୦ ଟଙ୍କା କ୍ଷତି ଭରଣା ନିର୍ଦ୍ଦେଶ ହୋଇଥିଲା। ସେଥିମଧ୍ୟରୁ ୮୬୫ କୋଟି ୬୩ ଲକ୍ଷ ୬୦ ହଜାର ୩୮୭ ଟଙ୍କା ଆଦାୟ ହୋଇଥିବା ବେଳେ ପ୍ରାୟ ୧୨୭୩ କୋଟି ୮୬ ଲକ୍ଷ ୨୦ ହଜାର ୭୮୩ ଟଙ୍କା ବକେୟା ରହିଛି।
ପ୍ରକାଶଯୋଗ୍ୟ, ମାଇନିଂ କଞ୍ଜର୍ଭେଶନ ନିୟମର ୨୧(୫)ଧାରା ଅନୁଯାୟୀ, ନିୟମ ଖିଲାପକାରୀଙ୍କ ବିରୋଧରେ ୨୮ ଅଗଷ୍ଟ ୨୦୧୭ରେ କୋର୍ଟ ଜରିମାନା ଧାର୍ଯ୍ୟ କରିଥିଲେ। ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସ, ଫରେଷ୍ଟ କଞ୍ଜର୍ଭେଶନ ନିୟମ, କନ୍‌ସେଣ୍ଟ ଟୁ ଅପରେଟ, ମାଇନିଂ ପ୍ଲାନ୍‌ ପ୍ରଭୃତିରେ ଖିଲାପକରି ଅନିୟମିତତା କରିଥିବା ହେତୁ ଅନେକ ହଜାର କୋଟି ଟଙ୍କା କ୍ଷତିଭରଣା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ଷତି ଭରଣା ଅର୍ଥ ଓଏମ୍‌ବିଏଡିସିରେ ଜମାହୋଇ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ। କ୍ଷତିଭରଣା ଦେବାରେ ଅସମର୍ଥ ଖଣି ଲିଜ୍‌ଧାରୀଙ୍କ ବିରୋଧରେ ଓଡ଼ିଶା ସରକାର ସାର୍ଟିଫିକେଟ କେସ୍‌ ମଧ୍ୟ ରୁଜୁକରିଛନ୍ତି। ଏହାକୁ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri