୯୬ ଛାତ୍ରୀଛାତ୍ରଙ୍କୁ ୬ ଶିକ୍ଷକ

ହାଟଡିହୀ,୧୮।୭ (ଡି.ଏନ.ଏ.) – ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ନୂଆ ନୂଆ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏତେ ସବୁ ପରେ ବି ଆଜିର ଦିନ ରେ ବହୁ ଅଭିଭାବକ ସରକାରୀ ସ୍କୁଲ ଛାଡି ଘରୋଇ ସ୍କୁଲମୁହାଁ ହେଉଛନ୍ତି। ଅଧିକାଂଶ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନ ଥିବାରୁ ଅଭିଭାବକ ମାନେ ଅସନ୍ତୋଷ ହେଉଛନ୍ତି। ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତରେ ଅବସ୍ଥିତ ସୋସୋ-କାନପୁର ବିକେ ହାଇସ୍କୁଲ ଏହାର ଏକ ଉଦାହରଣ ସାଜିଛି। ୧୯୬୨ ମସିହାରୁ ଉକ୍ତ ସ୍କୁଲଟି ବହୁ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ବେଳେ ଏଠାରେ ଏବେ ସଂସ୍କୃତ ଏବଂ ବିଜ୍ଞାନ ଶିକ୍ଷକ ନାହାନ୍ତି। ଗତ ବର୍ଷ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ବିଷୟ ପଢାଇବା ପାଇଁ ସ୍କୁଲ ତରଫରୁ ଅନୁରୋଧ କରି ବାହାରୁ ଜଣେ ଶିକ୍ଷକଙ୍କୁ ଅଣାଯାଇଥିଲା। ଗଣିତ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ପଢ଼ାଉଛନ୍ତି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଦୁଇ ପଦବୀ ଫାଙ୍କା ପଡିଛି। ଅନୁରୋଧରେ ଆସିଥିବା ସଂସ୍କୃତ ଶିକ୍ଷକ ପ୍ରାୟ ୫ ମାସ ହେବ ଆଉ ଆସୁ ନ ଥିବାରୁ ସ୍କୁଲରେ ସଂସ୍କୃତ ବିଷୟ ପଢାଇବା ପୁରା ବନ୍ଦ ହୋଇଯାଇଥିବା ପ୍ରଧାନଶିକ୍ଷକ ଅଶୋକ ଜେନା କହିଛନ୍ତି। ଆହୁରି ମଧ୍ୟ କିରାଣୀ ଏବଂ ପିଅନ ପଦବୀ ଫାଙ୍କା ପଡିଛି। ନବମ ଶ୍ରେଣୀରେ ୬୦ ଜଣ ଏବଂ ଦଶମ ଶ୍ରେଣୀରେ ୩୬ ଜଣ ମୋଟ ୯୬ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକ ଏବଂ ଖେଳ ଶିକ୍ଷକଙ୍କୁ ମିଶାଇ ମୋଟ ୬ଜଣ ଶିକ୍ଷୟିତ୍ରୀଶିକ୍ଷକ ଏଠାରେ କାର୍ଯ୍ୟ କରୁଛନ୍ତି। ସୋସୋ, ନିଉଦାନୀ, ମରିଚିପଦା, କାନପୁର, କଖାରୁଗ ପ୍ରଭୃତି ଗ୍ରାମର ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଉକ୍ତ ସ୍କୁଲ ଉପରେ ନିର୍ଭର କରନ୍ତି। ୫-ଟିରେ ସ୍କୁଲ ଗୃହ ଉନ୍ନତିକରଣ କରାଯାଇ ଚିକ୍କଣ କରାଯାଉଛି। କିନ୍ତୁ ଛାତ୍ରୀଛାତ୍ର ମାନେ ପାଠ କିପରି ପଢିବେ ଏବଂ ତାଙ୍କୁ କିଏ ପାଠ ପଢାଇବେ ସେଥିପ୍ରତି ଧ୍ୟାନ ଦିଆଯାଉ ନ ଥିବା ଏବଂ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ହେଉ ନ ଥିବା ନେଇ ଗୌରାଙ୍ଗ ଚରଣ ବାରିକ, ରାଧାଶ୍ୟାମ ମଲିକ, ବିନୋଦ ରାଉତ, ଦୀପକ ରାଉତଙ୍କ ସମେତ ବହୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି l
ଏସମ୍ପର୍କରେ ହାଟଡିହୀ ବିଇଓ ସୁରେଶ ଜେନାଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବହୁସଂଖ୍ୟକ ଶିକ୍ଷକଙ୍କୁ ନିୟୁକ୍ତି ମିଳିଛି। ଏହି ସ୍କୁଲର ପାଳି ନ ପଡ଼ିବାରୁ ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତି ବେଳେ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri