Posted inଜାତୀୟ

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …

ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ ସଂସଦର ଆୟୋଜନ କରାଯାଇଥିଲା। ତ୍ରମ୍ବେକେଶ୍ୱର, କର୍ନାଟକ ଏବଂ ସୋଲାପୁରର ପ୍ରାୟ ୨୦-୨୫ ସାଧୁ ଏବଂ ସନ୍ଥ ସଂସଦରେ ଭାଗ ନେବାକୁ ପହଞ୍ଚିଥିଲେ। ତେବେ ସାଧୁମାନଙ୍କ ମଧ୍ୟରେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନର ସମାଧାନ ହେବା ପରିବର୍ତ୍ତେ ବିବାଦ ବଢ଼ିବାରେ ଲାଗିଲା। ଶେଷରେ ମାମଲା ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଉଛି। ସାଧୁମାନେ କଥାବାର୍ତ୍ତା କରୁଥିବାବେଳେ ନାସିକର କାଲାରାମ ମନ୍ଦିରର ମହନ୍ତ ସୁଧୀର ଦାସ ଏବଂ କର୍ନାଟକର କିଷ୍କିନ୍ଧ୍ୟାର ମହନ୍ତ ଗୋବିନ୍ଦାନନ୍ଦ ସରସୱତୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଅବଶ୍ୟ ଅନ୍ୟ ସାଧୁମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ଉଭୟଙ୍କୁ ବୁଝାଇ ଦିଆଯାଇଥିଲା। ଏହା ପରେ ଧର୍ମସଂସଦ ବାତିଲ କରାଯାଇଥିଲା।

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି କରୁଥିବା ତାଲିକାରେ ଏବେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣା, ଗୁଜରାଟ ଆଦି ୬ ରାଜ୍ୟଙ୍କ ନାମ ରହିଛି।

ସାଧୁମାନେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ସମ୍ବନ୍ଧରେ ବିଭିନ୍ନ ସ୍ଥାନ ଦାବି କରୁଛନ୍ତି। ଅପରପକ୍ଷରେ ମହନ୍ତ ଗୋବିନ୍ଦ ଦାସ କହିଛନ୍ତି ଯେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ କର୍ନାଟକର କିଷ୍କିନ୍ଧ୍ୟାରେ ହୋଇଥିଲା। କେତେକ ସାଧୁ କହିଛନ୍ତି ଯେ ହନୁମାନ ମହାରାଷ୍ଟ୍ରର ନାସିକରେ ଏବଂ ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ଏହି ବିବାଦର ଅନ୍ତ ଘଟାଇବା ପାଇଁ ମହନ୍ତ ମଣ୍ଡଳାଚାର୍ଯ୍ୟ ପୀଠେଶ୍ୱର ସ୍ବାମୀ ଅନିକେତ ଶାସ୍ତ୍ରୀ ଦେଶପାଣ୍ଡେ ମହାରାଜ ମେ ୩୧ରେ ନାସିକରେ ଧର୍ମ ସଂସଦ ଡକାଇଥିଲେ। ଆନ୍ଧ୍ରପ୍ରଦେଶ ଏବଂ କର୍ନାଟକ ହନୁମାନଙ୍କ ଜନ୍ମସ୍ଥାନ ଦାବି କରିଛନ୍ତି।

କର୍ନାଟକ ଦାବି କରିଛି ଯେ ହନୁମାନ କିଷ୍କିନ୍ଧ୍ୟାର ଅଞ୍ଜନାଦ୍ରି ପର୍ବତରେ ଜନ୍ମ ହୋଇଥିଲେ। ଏହି ସ୍ଥାନ କୋପ୍ପଲ ଜିଲାର ଆନାଗୁଣ୍ଡିରେ ବୋଲି କୁହାଯାଉଛି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ମଧ୍ୟ ହନୁମାନଙ୍କ ଜନ୍ମସ୍ଥାନ ଦାବି କରିଆସୁଛି। ଆନ୍ଧ୍ରର ଦାବି ଅନୁଯାୟୀ, ହନୁମାନଙ୍କ ଜନ୍ମସ୍ଥାନ ତିରୁପତିଙ୍କ ୭ ଟି ପାହାଡ ମଧ୍ୟରୁ ଗୋଟିଏ । ଏହି ପାହାଡର ନାମ ମଧ୍ୟ ଅଞ୍ଜନାଦ୍ରୀ । କର୍ନାଟକର ଶିବାମୋଗାସ୍ଥିତ ରାମଚନ୍ଦ୍ରପୁର ମଠର ମୁଖ୍ୟ ରାଘବେଶ୍ୱର ଭାରତୀ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ରାମାୟଣର ଉଲ୍ଲେଖ କରିଛନ୍ତି। ଏଥିରେ ହନୁମାନ ସୀତାଙ୍କୁ କହିଛନ୍ତି ଯେ ତାଙ୍କର ଜନ୍ମ ସ୍ଥାନ ସମୁଦ୍ର ପାର୍ଶ୍ୱରେ ଥିବା ଗୋକର୍ଣ୍ଣରେ ଅଛି। ରାଘବେଶ୍ୱର ଭାରତୀ କୁହନ୍ତି, ରାମାୟଣରେ ମିଳିଥିବା ପ୍ରମାଣରୁ ଆମେ କହିପାରିବା ଯେ ଗୋକର୍ଣ୍ଣ ହେଉଛି ହନୁମାନଙ୍କର ଜନ୍ମସ୍ଥାନ ଏବଂ କିଷ୍କିନ୍ଧ୍ୟାର ଅଞ୍ଜନାଦ୍ରୀ ତାଙ୍କର କର୍ମଭୂମି।

ହନୁମାନଙ୍କ ଜନ୍ମସ୍ଥାନ ଦାବି କରୁଥିବା ରାଜ୍ୟ ମଧ୍ୟରେ ଝାଡଖଣ୍ଡ ବି ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ ସେ ଝଡଖଣ୍ଡର ଗୁମଲା ଜିଲାର ଆଞ୍ଜନ ଧାମରେ ଜନ୍ମଗ୍ରହଣ କରିଥିଲେ। ଆଞ୍ଜନର ନାମ କରଣ ହନୁମାନଙ୍କ ମାତା ଅଞ୍ଜନୀଙ୍କ ଅନୁସାରେ ହୋଇଛି। ଏଠାରେ ଏକ ରହସ୍ୟମୟ ଗୁମ୍ଫା ଅଛି। ଏଠାରେ ଲୋକମାନେ ବିଶ୍ୱାସ କରନ୍ତି ଯେ ଥରେ କ୍ରୋଧିତ ହୋଇ ଅଞ୍ଜନୀ ଏହି ଗୁମ୍ଫାରେ ହନୁମାନଙ୍କୁ ବନ୍ଦ କରି ଦେଇଥିଲେ। ମାତା ଅଞ୍ଜନୀଙ୍କ ଏକ ପ୍ରତିମା ମଧ୍ୟ ଏଠାରେ ଅଛି। ସେ ହନୁମାନଙ୍କୁ ତାଙ୍କ କୋଳରେ ଧରି ବସିଛନ୍ତି। ଏଠାରେ ପମ୍ପାସୁରା ନାମକ ଏକ କୁଣ୍ଡ ମଧ୍ୟ ଅଛି। କୁହାଯାଏ ଯେ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଏହି ପୁଷ୍କରିଣୀରେ ଗାଧୋଇଥିଲେ।

ସେହିପରି ହରିୟାଣା ଦାବି କରିଛି ଯେ ହନୁମାନ କୌଥଲରେ ଜନ୍ମ ଗ୍ରହଣ କରିଥିଲେ। ଏହା ପୂର୍ବରୁ କପିସ୍ଥଳ ନାମରେ ଜଣାଶୁଣା ଥିଲା। ହନୁମାନଙ୍କ ପିତା କେଶରୀ କପିସ୍ଥଳର ରାଜା ଥିଲେ। ଏହି କାରଣରୁ, କୌଥଲ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ଏକ ପ୍ରାଚୀନ ହନୁମାନ ମନ୍ଦିର ମଧ୍ୟ ରହିଛି। ପୂର୍ବରୁ ମନ୍ଦିର ସ୍ଥାନରେ ଏକ ମୁଣ୍ଡିଆ ଥିଲା । ଏହା ହନୁମାନଙ୍କ ମାତା ଅଞ୍ଜନୀଙ୍କ ନାମରେ ନାମିତ କରାଯାଇଛି। ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ଅଞ୍ଜନୀ ତାଙ୍କ ସ୍ବାମୀ କେଶରୀଙ୍କ ସହ ଏଠାରେ ରହୁଥିଲେ ଏବଂ ସେ ସେଠାରେ ହନୁମାନଙ୍କୁ ଜନ୍ମ ଦେଇଥିଲେ ।

ଗୁଜରାଟ ମଧ୍ୟ ହନୁମାନଙ୍କ ଜନ୍ମସ୍ଥାନ ନେଇ ଦାବି କରୁଛି। ରାଜ୍ୟର ଡାଙ୍ଗ ଜିଲାରେ ଏକ ସ୍ଥାନ ଅଛି। ବିଶ୍ୱାସ କରାଯାଏ ଯେ ହନୁମାନ ଏଠାରେ ଜନ୍ମ ହୋଇଥିଲେ। ରାମାୟଣ ସମୟରେ ଡାଙ୍ଗ ଜିଲା ଦାଣ୍ଡକାରଣ୍ୟ ଅଞ୍ଚଳ ଭାବରେ ଜଣାଶୁଣା ଥିଲା। ଲୋକମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁ ଶ୍ରୀରାମ ତାଙ୍କ ନିର୍ବାସନ ସମୟରେ ପଞ୍ଚବଟୀ ଅଭିମୁଖେ ଡାଙ୍ଗ ଦେଇ ଯାଇଥିଲେ। ଶବରୀ ମାତା ଡାଙ୍ଗ ଜିଲାର ସୁବୀର ନିକଟରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କୁ ବରକୋଳିି ଖାଇବାକୁ ଦେଇଥିଲେ। ଡାଙ୍ଗ ଜିଲାର ଆଦିବାସୀମାନଙ୍କ ବିଶ୍ୱାସ ଯେ ହନୁମାନ ଡାଙ୍ଗ ଜିଲାର ଅଞ୍ଜନୀ ପର୍ବତରେ ଅବସ୍ଥିତ ଅଞ୍ଜନୀ ଗୁମ୍ଫାରେ ଜନ୍ମଗ୍ରହଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri