ବିଜେଡି ପ୍ରାର୍ଥୀ ତାଲିକାରୁ ଜଗତ୍‌ସିଂହପୁର ଏମ୍‌ପି ସିଟର ୬ ଆସନ ବାଦ୍‌

ଜଗତ୍‌ସିଂହପୁର, ୨୮ା୩ (ପ୍ରମୋଦ କୁମାର ନାୟକ)୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି-ଭାଜପା ମେଣ୍ଟ ପ୍ରସଙ୍ଗ କିଛି ଦିନ ରାଜ୍ୟ ରାଜନୀତିରେ ନିଆରା ପରିବେଶ ସୃଷ୍ଟି କରିଥିଲା। ପରେ ଉଭୟ ଦଳ ପୃଥକ୍‌ ଭାବେ ଲଢ଼ିବେ ବୋଲି ସ୍ପଷ୍ଟ କରିଥିଲେ। ଇତିମଧ୍ୟରେ ଭାଜପା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୮ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି, ଯେଉଁଥିରେ ଜଗତ୍‌ସିଂହପୁର ଅନ୍ୟତମ। ଏହି ଆସନରୁ ଗତଥର ଦଳୀୟ ପ୍ରାର୍ଥୀ ହୋଇଥିବା ବିଭୁ ପ୍ରସାଦ ତରାଇଙ୍କ ଉପରେ ଭାଜପା ପୁଣି ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି। ବୁଧବାର ବିଜେଡି ପକ୍ଷରୁ ମଧ୍ୟ ଉକ୍ତ ଆସନ ପାଇଁ ପୁଣି ଥରେ ଏମ୍‌ପି ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ କେବଳ କଂଗ୍ରେସ ପ୍ରାର୍ଥୀ ଘୋଷଣା ବାକି ରହିଲା। ଅନ୍ୟପକ୍ଷେ ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ କେବଳ ନିଆଳି ବିଧାନସଭା ଆସନ ପାଇଁ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିଜେଡି ପୁଣି ପ୍ରାର୍ଥୀ ଘୋଷଣା କରିଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଦଳୀୟ ବିଧାୟକ ପଦ ପାଇଁ ଆଶାୟୀ ଥିବା ନେତାମାନଙ୍କ ଛାତି ଧଡ଼ଧଡ଼ ହେଉଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।
ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର କହିଲେ, ଜିଲାର ୪ ସମେତ ପୁରୀ ଜିଲାର ନିମାପଡ଼ା, କାକଟପୁର ଓ କଟକ ଜିଲାର ନିଆଳି ବିଧାନସଭା ଆସନକୁ ବୁଝାଏ। ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଦଳ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅବଶିଷ୍ଟ ୬ଟି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିବା ସ୍ପଷ୍ଟ ବାରି ହୋଇପଡୁଛି। ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଅନ୍ୟ ୬ଟି ବିଧାନସଭା ଆସନ ମଧ୍ୟରୁ ଜଗତ୍‌ସିଂହପୁର ଜିଲାର ଜଗତ୍‌ସିଂହପୁର, ପାରାଦୀପ, ବାଲିକୁଦା-ଏରସମା ଓ ତିର୍ତ୍ତୋଲ ବିଧାନସଭା ଆସନର ରାଜନୈତିକ ସ୍ଥିତି ନିଆରା ବାରି ହେଉଛି। କାରଣ ଜଗତ୍‌ସିଂହପୁରରେ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ଦଳ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଗତ ନିର୍ବାଚନ ସମୟରୁ ଟିକେଟକୁ ନେଇ ବିବାଦ ଲାଗି ରହିଛି। ଏପରି କି ୨୦୧୯ ସାଧାରଣ ନିର୍ବାଚନ ସମୟରେ ପ୍ରଶାନ୍ତଙ୍କୁ ଦଳୀୟ ଟିକେଟ ଘୋଷଣା ପରେ ଅମରେନ୍ଦ୍ର ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ପୋଡ଼ାଜଳା ସାଙ୍ଗକୁ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନ ସମୟରେ ଟିକେଟ ଦିଆଯିବ ବୋଲି ଆଶ୍ୱାସନା ଦେଇଥିବା ଅମରେନ୍ଦ୍ର ଗଣମାଧ୍ୟମ ଆଗରେ କହିଥିଲେ। ପରେ ଅମରେନ୍ଦ୍ରଙ୍କୁ ପ୍ରଥମେ ଦଳ ଜିଲା ସଭାପତି ଓ ପରେ କାଜୁ ନିଗମ ଅଧ୍ୟକ୍ଷ କରିଥିଲା। କିନ୍ତୁ ପ୍ରଶାନ୍ତ ବିଧାୟକ ହୋଇଗଲା ପରେ ସେମାନଙ୍କ ମଧ୍ୟରେ ବିବାଦ ଥମି ନ ଥିଲା। ସମୟ ଚକ୍ରରେ ଅମରେନ୍ଦ୍ରଙ୍କ ଦଳ ଜିଲା ସଭାପତି ଓ ନିଗମ ଅଧ୍ୟକ୍ଷ ପଦ ଚାଲି ଯାଇଥିଲା। କିନ୍ତୁ ସେ ନିରାଶ ନ ହୋଇ ଦୀର୍ଘ ୫ବର୍ଷ ହେବ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ କ୍ରିୟାଶୀଳ କରି ଚାଲିଛନ୍ତି। ଏବେ ସେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାବାଦୀ ଅଛନ୍ତି। ପ୍ରଶାନ୍ତ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ପାଇଁ ଲବିରେ ରହିଛନ୍ତି। ବଡ଼ କଥା ହେଲା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆସନ୍ତା ୨୯ ତାରିଖରେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଛି। ଯଦି ମିଶନ୍ତି, ତେବେ ତାଙ୍କୁ ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ଏସବୁ ଭିତରେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି। ସେହିପରି ପାରାଦୀପ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ (ବାପି)ଙ୍କ ପତ୍ନୀ ମୋନିଦିପା ନିକଟରେ ବିଜେଡିରେ ମିଶିଛନ୍ତି। କିନ୍ତୁ ବାପି ଏପର୍ଯ୍ୟନ୍ତ ଦଳ ଛାଡିନାହାନ୍ତି। ଗତ ପୌର ନିର୍ବାଚନ ସମୟରୁ ବାପି ଏକ ପ୍ରକାର ନୀରବତା ଅବଲମ୍ବନ କରି ଚାଲିଛନ୍ତି। ଯେଉଁ କାରଣରୁ ଜିଲା କଂଗ୍ରେସ ସଭାପତି ନଟବର ବାରିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୁଧବାର ବାପି ଶଙ୍ଖ ଭବନରେ ଏକ ବୈଠକରେ ଯୋଗ ଦେଇଥିଲେ। ଯଦି ଏହା ସତ ହୋଇଥାଏ, ତେବେ କଂଗ୍ରେସରେ ଥାଇ ଶଙ୍ଖ ଭବନରେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଯୋଗଦେବା କେତେଦୂର ଠିକ୍‌ ତାକୁ ନେଇ ଆଲୋଚନା ଜୋର ଧରିଛି। ଏହି ନିର୍ବାଚନମଣ୍ଡଳୀରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଧାୟକ ସମ୍ବିତ ରାଉତରାୟଙ୍କ ପରେ ବାପି ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା କୁହାଯାଉଛି। ବାଲିକୁଦା-ଏରସମା ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁରୂପ ଭାବେ ଏକାଧିକ ଆଶାୟୀ ରହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଦଳ କ’ଣ କଲେ ଠିକ୍‌ ହେବ ତା’ ଉପରେ ମାନସ ମନ୍ଥନ କରୁଛି। ସେହିପରି ନିମାପଡ଼ା ଓ କାକଟପୁର ଆସନରେ ମଧ୍ୟ ଆଶାୟୀମାନେ ଯେପରି ଅସନ୍ତୁଷ୍ଟ ନ ହୁଅନ୍ତି, ସେନେଇ ଖସଡ଼ା ପ୍ରସ୍ତୁତ କରାଯାଉଥିବାରୁ ବିଜେଡି ଟିକେଟ ଘୋଷଣାରେ ବିଳମ୍ବ କରୁଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri