୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି। ସସ୍‌ପେଣ୍ଡ ମଧ୍ୟରେ ୩ ପ୍ରିଜାଇଡିଂ ଅଫିସର ଓ ୩ ସେକ୍ଟର ଅଫିସର ରହିଛନ୍ତି। ବୁଥ ନମ୍ବର ୬୮ ନଂର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଓ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ସେହିପରି ୨୩୫ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁଙ୍କ ସହ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥସହ ୧୧୬ ନଂ ବୁଥ୍‌ର ପ୍ରଜାଇଡିଂ ଅଫିସର ରାତ୍‌ମ ସେଠୀ ଓ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛି।