‘ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ରଚିଥିଲେ ଷଡ଼ଯନ୍ତ୍ର’

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି ସହ ଇମ୍ରାନ କହିଛନ୍ତି, ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ।

ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ମୁଖ୍ୟ କହିଛନ୍ତି, ଏହି ୬ ଜଣଙ୍କ ମଧ୍ୟରୁ ତିନିଜଣ ଗତ ବର୍ଷ ନଭେମ୍ବରରେ ପଞ୍ଜାବରେ ମୋତେ ହତ୍ୟା ଉଦ୍ୟମ ପରେ ମୁଁ ଏଫଆଇଆର୍‌ରେ ଦର୍ଶାଇଥିଲି।

Share