ରାଜଧାନୀର ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀର ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍‌ର ୬ ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସେଥି ମଧ୍ୟରେ ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ-୨ର ପ୍ଲଟ ନଂ ୨୧, କୋଳଥିଆ ସତ୍ୟସାଇ ଏନକ୍ଲେଭ ପ୍ଲଟ ନଂ- ୧୭୫, ଜଗମୋହନ ନଗର ପ୍ଲଟ ନଂ-୧୧୨୦, କୋଳଥିଆ ପ୍ଲଟ ନଂ- ୨୦, ପୋଖରୀପୁଟ କୋକିଳା ଏନକ୍ଲେଭ ପ୍ଲଟ ନଂ- ୧୦୬ ଏବଂ କ୍ରିଏଟିଭ ଏନକ୍ଲେଭ ଫ୍ଲାଟ ନଂ ୪୦୩କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି ।