Categories: ଜାତୀୟ

୬ ମାସ ମାଗଣା ମିଳିବ ରାଶନ, କ୍ୟାବିନେଟ୍‌ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୬।୩ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ୬ ମାସ ବୃଦ୍ଧି କରାଯାଇଛି। ଏହା ମାର୍ଚ୍ଚ ୩୧ରେ ଶେଷ ହେଉଥିଲା। ଏବେ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣାରେ ରାଶନ ଯୋଗାଇ ଦିଆଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

କରୋନା ମହାମାରୀ ସଙ୍କଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୨୦୨୦ ମାର୍ଚ୍ଚରେ ଘୋଷଣା କରାଯାଇଥିଲା। ଏହାକୁ ଏପ୍ରିଲ୍‌-ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ପ୍ରଥମେ ଲାଗୁ କରାଯାଇଥିଲା। ପରେ ଏହାକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Share