ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ସେହି ଅଞ୍ଚଳକୁ  କମ୍ବିଂକରିବା ପାଇଁ ଯାଇଥିଲେ । ତେବେ ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଏହି ଗୁଳି ବିନିମୟରେ ୬ ମାଓବାଦୀ ଟଳିପଡ଼ିଥିଲେ।। ସର୍ଚ୍ଚ ସମୟରେ ସେହି ଅଞ୍ଚଳରୁ ଅନେକ ମାଓବାଦୀ ସାମଗ୍ରୀ ମିଳିଥିଲା । ତେଲେଙ୍ଗାନା କୋଟଗୁଡାମ ଏସ୍‌ପି ସୁନୀଲ ଦତ୍ତଙ୍କ ନେତୃତ୍ୱରେ ଏହି ଅପରେଶନ ହୋଇଥିଲା।