୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ପୋଲିସ ଏବଂ ସିଆର୍‌ପିଏଫ୍‌ କୋବ୍ରା ବାହିନୀର ମିଳିତ ଟିମ୍‌ ଏହି ୬ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ସେମାନେ ବହୁ ହିଂସାକାଣ୍ଡରେ ସାମିଲ ଥିବା ଜଣାପଡ଼ିଛି। ଏମାନଙ୍କ ନାଁରେ ଅନେକ ମାମଲା ବି ରହିଛି। ଏମାନଙ୍କ ଠାରୁ ୧୯ଟି ବିଜିଏମ୍‌ ବୋମା ସହ ଜିଲେଟିନ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି।