Posted inଫୁରସତ

କୋଣାର୍କ ଚକ ନିର୍ମାଣରେ ସାମିଲ ଥିଲେ ଖିଚିଂର ୬ ଭାସ୍କର୍ଯ୍ୟ ଶିଳ୍ପୀ

ଗତ ସଂଖ୍ୟାରେ ଗୋଟିଏ ଅଘଟଣ ଘଟିଥିବାର ଚିତ୍ର ଏବଂ ଏକ ଉତ୍ସବର ଚିତ୍ର ସମ୍ପର୍କରେ ଆମେ ଆଲୋଚନା କରିଥିଲେ। ଏଥିରେ ଶିଳ୍ପୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଗନ୍ଧ ଆମେ ଖୋଜି ପାଇଲୁ ନାହିଁ। ଅପରନ୍ତୁ ଫଗୁ ଦଶମୀଠାରୁ ଚାରି କାହାଣର ‘ଅବିର’ ପଠେଇବା ପାଇଁ ଗଜପତି ଜଣେଇ ଦେଇଥିଲେ। ଆମେ ସୂଚନା ଦେଇଥିଲୁ ଏରବଙ୍ଗସ୍ଥିତ ଶ୍ରୀଦଧିବାମନ ମନ୍ଦିରର ପୂଜାରୀ କିପରି ଶିଳ୍ପୀମାନଙ୍କୁ ସହଯୋଗ କରୁଥିଲେ।
ଶ୍ରୀକ୍ଷେତ୍ର ପରିତ୍ୟାଗ କରି ମହାପୁରୁଷ ବଳରାମ ଦାସ ଏରବଙ୍ଗର ଉକ୍ତ ମନ୍ଦିର ପରିସରରେ ସାଧନା ଅବ୍ୟାହତ ରଖିଥିଲେ। ଏବେ ସେହି ମନ୍ଦିର ନୂତନ ଭାବରେ ଗଢ଼ି ଉଠିଛି। ପଥରବୁହା ନଦୀଦାଢ଼ରେ ଥିବା ଶ୍ରୀଦକ୍ଷିଣେଶ୍ୱର ମନ୍ଦିରର ଦକ୍ଷିଣ ଦିଗକୁ ତାଙ୍କର ସମାଧି ରହିଛି। ସେଇଠି ଶେଷ ଜୀବନରେ ମହାପ୍ରଭୁ, ସାଆନ୍ତାଣୀଙ୍କ ସହିତ ଅନ୍ତିମ ମୁହୂର୍ତ୍ତରେ ଦର୍ଶନ ଦେଇଥିଲେ। ଏରବଙ୍ଗର ଅବଦାନ ମୂଳରୁ କୋଣାର୍କଠାରେ ମନ୍ଦିର ନିର୍ମାଣ ସମୟରୁ ରହିଥିଲା।
ପୂର୍ବରୁ ଆରମ୍ଭ ହୋଇଥିବା କୋଣାର୍କ ମନ୍ଦିରର ‘ଚକ’ର ସୂକ୍ଷ୍ମକାମ ଦୋଳପୂର୍ଣ୍ଣିମା ପରେ ବିଶେଷ ଆଗେଇଥିଲା। ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ‘ବଳଶ୍ରୀ’ ଉପହାର ପ୍ରଦାନ କରିଥିଲେ। ପୂର୍ବରୁ ‘ଚକ’ର ଜାଲି କାମ କରୁଥିବା ଯୋଗୀ ଓ ଲକ୍ଷ୍ମଣ ମହାପାତ୍ରଙ୍କ ସହିତ ଆଉ ୪ଜଣ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇଥିଲେ। ମୋଟ ୬ଜଣ ଜାଲିକାମ ସିନା କଲେ, ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ୮ଜଣ ନିଯୁକ୍ତ ଭାସ୍କର୍ଯ୍ୟ ଶିଳ୍ପୀ ପୂର୍ବପରି କାମ କରୁଥାନ୍ତି। ଏହା ମଧ୍ୟରେ ଖିଚିଂରୁ ଆସିଥିବା ୬ଜଣ ଭାସ୍କର୍ଯ୍ୟଶିଳ୍ପୀ ସାମିଲ ଥିଲେ। ଗଜପତିଙ୍କ ପାଟମହାଦେଈ କୋଣାର୍କ ‘ଚକ’ର ସୂକ୍ଷ୍ମକାମ ଦେଖି ଅଭୀଭୂତ ହୋଇଯାଇଥିଲେ। ସେଥିପାଇଁ ସେ ସ୍ବତନ୍ତ୍ର ପୁରସ୍କାର ଘୋଷଣା କରି ଫେରିଥିଲେ। ପୁରସ୍କାର ଦେଇ ନ ଥିଲେ। ଏଥର ‘ବଳଶ୍ରୀ’ଙ୍କ ମାର୍ଫତରେ ସେ ପୁରସ୍କାର ବାବଦ ୩୨ ମାଢ଼ ସୁନା ପଠାଇଥିଲେ। ଏହା ତାଙ୍କର ବ୍ୟକ୍ତିଗତ। ଶିଳ୍ପୀମାନେ ପାଉଥିବା ପାଉଣାଠାରୁ ଏହା ଅଲଗା ଥିଲା।
ମନ୍ଦିର ନିର୍ମାଣବେଳେ ବିଭିନ୍ନ ବିଭାଗ ସୃଷ୍ଟି ହୋଇଥିବାର ଜଣାଯାଉଛି। ବିଭାଗୀୟ ଖର୍ଚ୍ଚ ଆନୁମାନିକ ବରାଦ ବି ହୋଇଥିଲା। ତଥାପି କେଉଁ ବିଭାଗରେ ବେଳେବେଳେ ନିର୍ଦ୍ଧାରିତ ଖର୍ଚ୍ଚ ଅଧିକ ହୋଇଯାଉଥିବାର ଦୃଷ୍ଟିକୁ ଆସିଛି। ତେଣୁ ମୋଟ ଖର୍ଚ୍ଚର ପରିମାଣ ନିଅଣ୍ଟିଆ ଧରୁଛି। ଏକଥା ଥରେ ପାଟମହାଦେଈଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସେ ୪୭ ମାଢ଼ ସୁନା ବ୍ୟକ୍ତିଗତ ତହବିଲରୁ ଭରଣା କରି ସମତୁଲ କରିଥିଲେ। ଏଠାରେ କହିବା କଥା ହେଉଛି- ଗଜପତି ଯେ କେବଳ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଉଥିଲେ ତାହା ନୁହେଁ, ପାଟମହାଦେଈ ମଧ୍ୟ ଦୃଷ୍ଟି ଦେବାରେ ହେଳା କରୁ ନ ଥିଲେ।
ଆମେ ପାଟମହାଦେଈଙ୍କ ସଚେତନ ଦୃଷ୍ଟିଭଙ୍ଗୀକୁ ଜାଣିଲେ। ଗଜପତି କିପରି ଏକ ବ୍ୟାପକ ଦୃଷ୍ଟିକୋଣ ରଖିଥିଲେ ନିର୍ମାଣ କାଳରେ ଆମେ ଦେଖିବା। କଥା ଆସିଲା ଦ୍ୱାଦଶ ଆଦିତ୍ୟଙ୍କ ପିଣ୍ଡିର ଅବସ୍ଥିତି କିପରି, କେଉଁ ଶୈଳୀରେ। ଶାସ୍ତ୍ରୀୟ ବିଧିରେ ନିର୍ମିତ ହେବ। ସେଥିପାଇଁ ଗଜପତି ଆଦେଶ ଜାରି କଲେ ବଡ଼ଜେନା ବିଶ୍ୱନାଥ ହରିଚନ୍ଦନଙ୍କ ନାମରେ। କେଉଁ କେଉଁ ସ୍ଥାନରୁ କେଉଁ କେଉଁ ପଣ୍ଡିତ ଆସିବେ, ସୁବ୍ୟବସ୍ଥିତ କରିବାକୁ ତାହା ବି ବଡ଼ଜେନାଙ୍କ ସହିତ ଆଲୋଚନା କଲେ। ନିଷ୍ପତ୍ତି ହେଲା- ନରସିଂହପୁର ଶାସନରୁ ପଣ୍ଡିତ ମାନଗୋବିନ୍ଦ ରାଜଗୁରୁ ଓ ପଣ୍ଡିତ ଆନନ୍ଦ ରଥ କୋଣାର୍କ ଆସିବେ। ପୋଥିରେ କେବଳ ‘ଶାସନ’ ନାମ ଅଛି, ଜିଲା ବା ମଣ୍ଡଳ ନାମ ନ ଥିବାରୁ ଆମ୍ଭେ ପୁରୀ ଜିଲାର ପ୍ରସିଦ୍ଧ ନରସିଂହପୁର ଶାସନକୁ ଗ୍ରହଣ କରିପାରିବା। ମନେହୁଏ ଏହି ପ୍ରାଚୀନ ଶାସନର ନାମ ପୂର୍ବରୁ ‘ବୀର’ ଶବ୍ଦ ନ ଥିଲା। ଗଜପତି ନରସିଂହଦେବ ବାସ୍ତୁ ବ୍ୟବସ୍ଥା କରି ଯଜ୍ଞ ନିର୍ବାହ କରାଇ ନିଷ୍କର ଜମି ଦାନ କଲାପରେ ଶାସନର ନାମ ପୂର୍ବରୁ ‘ବୀର’ ଶବ୍ଦ ସଂଯୋଗ ହୋଇଅଛି। ଯଦି ପୁରୀର ଚନ୍ଦନପୁର ନିକଟ ନରସିଂହପୁର ଶାସନର ଏହି ଦୁଇଜଣ ପଣ୍ଡିତ ହୋଇଥିବେ, ତେବେ ଜାଣିବାକୁ ହେବ ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନରସିଂହପୁର ଶାସନ ପ୍ରତିଷ୍ଠିତ ହୋଇ ସାରିଥିଲା।
୭ଜଣ ପଣ୍ଡିତଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଉପର ବର୍ଣ୍ଣିତ ୨ଜଣଙ୍କ ପରେ ଅନ୍ୟ ୫ଜଣଙ୍କ ମଧ୍ୟରେ ଭୁକ୍ତା ସଦାନନ୍ଦ ଦାସ ଉପାଧ୍ୟାୟ ଥିଲେ। ‘ଭୁକ୍ତା’ ଶବ୍ଦ ବ୍ୟବହାରରୁ ଜଣାଯାଏ ସେ ତନ୍ତ୍ରଶାସ୍ତ୍ର ବିଶାରଦ ଥିଲେ। ତନ୍ତ୍ରଶାସ୍ତ୍ରରେ ‘ବାସ୍ତୁ’ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭାବରେ ସ୍ଥାନ ପାଇଛି। ସେ କେଉଁଠାରୁ ଆମନ୍ତ୍ରିତ ହୋଇଥିଲେ ଲେଖା ନାହିଁ। ଏହାପରେ ପଣ୍ଡିତ ଆଦିନାରାୟଣ ଆଚାର୍ଯ୍ୟ, ଅନିରୁଦ୍ଧ ନାରାୟଣ ଫଉଦାର, ପଣ୍ଡିତ ମୁଖି ବିଶ୍ୱକେଶନ ଆୟେଙ୍ଗାର ଓ ପଣ୍ଡିତ ପାଟ୍ରୁପାନୁ ଏହି ୭ଜଣଙ୍କ ମଧ୍ୟରେ ଥିଲେ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri