ଭୁଜାଲିରେ ହାଣି ଲୁଟିନେଲେ ୬ ଲକ୍ଷ

ଅନୁଗୋଳ ଅଫିସ, ୩୦ା୮: ପାର୍ବଣକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ କରାଯାଉଥିବା ଆଇନଶୃଙ୍ଖଳା ପ୍ରସ୍ତୁତିକୁ ସୋମବାର ଚ୍ୟାଲେଞ୍ଜ ଦେଇଛନ୍ତି ୪ ଜଣ ଦୁର୍ବୃତ୍ତ। ଅନୁଗୋଳ ସହର ଉପକଣ୍ଠ କୁରୁଡ଼ୁଲୁ ଅଞ୍ଚଳରେ ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କା। ଏପରିକି ଘଟଣାସ୍ଥଳରେ ସେମାନେ ବନ୍ଧୁକରୁ ଗୁଳି ଫୁଟାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ଶେଷନାଥ ପ୍ରସାଦ ଗୁପ୍ତା(୪୨)ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ହେଁ ଉକ୍ତ ଅଞ୍ଚଳ ନାଲ୍‌କୋ ଥାନା ଅଞ୍ଚଳରେ ଆସୁଥିବାରୁ ନାଲ୍‌କୋ ପୋଲିସ ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ, ଅନୁଗୋଳର ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀ ଶେଷନାଥ ପ୍ରସାଦ ଗୁପ୍ତା ଓ ରୂପେଶ କୁମାର ପ୍ରତ୍ୟେକ ଦିନ ପରି ତାଳଚେରସ୍ଥିତ ମଦ ଦୋକାନକୁ ଟଙ୍କା ପାଇଁ ଯାଇଥିଲେ। ସେମାନେ ତାଳଚେର ଶର୍ମାଛକରେ ଥିବା ମଦ ଦୋକାନରୁ ଟଙ୍କା ଧରି ବାଇକ୍‌ରେ ଅନୁଗୋଳ ଆସୁଥିଲେ। ହେଲେ ସେମାନଙ୍କୁ ଏକ କାର୍‌ରେ ପିଛା କରୁଥିବା ୪ ଜଣ ଦୁର୍ବୃତ୍ତ କୁରୁଡ଼ୁଲୁ ଠାରେ ଅତର୍କିତ ଆକ୍ରମଣ କରିଥିଲେ। ବାଇକ୍‌ରେ ଟଙ୍କା ଧରି ବସିଥିବା ଶେଷନାଥଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳି କରିଥିଲେ। ତେବେ ଗୁଳିଟି ଶେଷନାଥଙ୍କ ଦେହରେ ବାଜି ନ ଥିଲା। ତେବେ ଦୁର୍ବୃତ୍ତମାନେ ଭୁଜାଲିରେ ତାଙ୍କ ହାତକୁ ହାଣି ଟଙ୍କା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଶେଷନାଥଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଖବରପାଇ ଅନୁଗୋଳ ପୋଲିସ ପହଞ୍ଚତ୍ଥିଲେ ହେଁ ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ଜଣାପଡ଼ି ନ ଥିଲା। ପରେ ଉକ୍ତ ସ୍ଥାନ ନାଲ୍‌କୋ ଥାନା ଅଧୀନ ହୋଇଥିବାରୁ ନାଲ୍‌କୋ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଜଣାପଡ଼ିଛି। ତେବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାାନେ କିପରି ଆକ୍ରମଣ କରି ୬ ଲକ୍ଷ ଟଙ୍କା ଧରି ଖସିଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ନାଲ୍‌କୋ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।