Categories: ଜାତୀୟ

ଦିନକୁ ୩୨୮ ଜଣ ଛାଡୁଛନ୍ତି ଭାରତୀୟ ନାଗରିକତ୍ୱ

ନୂଆଦିଲ୍ଲୀ,୩୦ା୧୧: ଗତ ୫ ବର୍ଷରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏ ନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି।ଏହାକୁ ହିସାବକୁ କଲେ ଗତ ୫ ବର୍ଷ ମଧ୍ୟରେ ଦୈନିକ ହାରାହାରି ୩୨୮ ଜଣ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି।

ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଉପଲବ୍ଧ ତଥ୍ୟ ଅନୁସାରେ, ୧ କୋଟି ୩୩ ଲକ୍ଷ ୮୩ ହଜାର ୭୧୮ ଜଣ ଭାରତୀୟ ବିଦେଶରେ ବାସ କରୁଛନ୍ତି। ୨୦୧୭ରେ ୧ ଲକ୍ଷ ୩୩ ହଜାର ୪୯ ଜଣ, ୨୦୧୮ରେ ୧ ଲକ୍ଷ ୩୪ ହଜାର ୫୬୧, ୨୦୧୯ରେ ୧ ଲକ୍ଷ ୪୪ ହଜାର ୦୧୭, ୨୦୨୦ରେ ୮୫ ହଜାର ୨୪୮ ଏବଂ ୨୦୨୧ ସେପ୍ଟେମ୍ବର ୩୦ ସୁଦ୍ଧା ୧ ଲକ୍ଷ ୧୧ ହଜାର ୨୮୭ ଜଣ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି। ସେହିପରି ଗତ ୫ ବର୍ଷରେ ୪,୧୭୭ ଜଣ ଭାରତୀୟ ନାଗରିକତ୍ୱ ପାଇଛନ୍ତି। ୧୦,୬୪୫ ଜଣ ବିଦେଶୀ ଏଥିପାଇଁ ଆବେଦନ କରିଥିଲେ। ୨୦୧୬ରେ ୧,୧୦୬ ଜଣ, ୨୦୧୭ରେ ୮୧୭, ୨୦୧୮ରେ ୬୨୮, ୨୦୧୯ରେ ୯୮୭ ଏବଂ ୨୦୨୦ରେ ୬୩୯ ଜଣଙ୍କୁ ଭାରତର ନାଗରିକତ୍ୱ ମିଳିଥିବା ସେ କହିଛନ୍ତି।

Share