ତେଲଙ୍ଗାନାର ୬ ଶ୍ରମିକ ଉଦ୍ଧାର ପାଇ ଗାଁକୁ ଫେରିଲେ

ଭବାନୀପାଟଣା,୧।୨(ଉମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ବ୍ଲକ ସାଁଦୁଲ ବ୍ୟାରେଜରେ ଗତ ୪ ମାସ ହେବ ତେଲଙ୍ଗାନା ମେହବୁବନଗର ଜିଲା ଶେଖପାଲେ ଓ ନେଇନାନପାଲି ଅଳର ୬ଜଣ ଦାଦନ ଶ୍ରମିକ କାମ କରୁଥିଲେ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ସେଥିମଧ୍ୟରୁ ୪ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ସେମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଶେଷରେ କଳାହାଣ୍ଡି ଜିଲାପାଳ ଘଟଣାର ହସ୍ତକ୍ଷେପ କରିବା ପରେ ସେମାନେ ଉଦ୍ଧାର ପାଇ ବୁଧବାର ନିଜ ଗାଁକୁ ଫେରିଛନ୍ତି।

ଗୁରୁବାର ଶ୍ରମିକମାନେ ନିଜ ଗାଁରେ ପହି ଥିବା ଜଣାପଡିଛି। ଶ୍ରମିକମାନଙ୍କୁ ନିଜ ରାଜ୍ୟରେ କୌଣସି ସ୍ଥାନରେ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଦାଦନ ସରଦାର ମାନ୍ୟମକୋଣ୍ଡା ୪ ମାସ ତଳେ ଆଣି ସାଁଦୁଲ ବ୍ୟାରେଜରେ ଠିକାଦାରଙ୍କ ପାଖରେ ଛାଡି ଦେଇଥିଲେ। ସେମାନେ ସରଦାରଠାରୁ ନେଇଥିବା ଋଣ ଶୁଝିବା ସହିତ ମାସକୁ ୬ ହଜାର ଟଙ୍କା ଲେଖାଏ ପାରିଶ୍ରମିକ ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ ମଧ୍ୟ କାମ କରିବା ଦିନଠାରୁ ଟଙ୍କାଟିଏ ମଧ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି।

ଶ୍ରମିକମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକ ଦସ୍ତାଗିରି, ଡି. କ୍ରିଷ୍ଣ, ଓ ଡି. ରାମୁଲୁ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ମାନବାଧିକାର କର୍ମୀ ଦିଲୀପ କୁମାର ଦାସ ଓ ବଲାଙ୍ଗୀର ଗୋତି ଶ୍ରମିକ ସଙ୍ଗଠନ କର୍ମର୍କାମାନଙ୍କୁ ଯୋଗାଯୋଗ କରି ନିଜ ସମସ୍ୟା ବିଷୟରେ କହିଥିଲେ। ଏହାସହ ଠିକାଦାରଙ୍କ ଲୋକ ସେମାନଙ୍କୁ ସବୁବେଳେ ଜଗି ରହୁଛନ୍ତି ଓ କୌଣସି ସ୍ଥାନକୁ ଛାଡୁନାହାନ୍ତି, ତାସହିତ ପାରିଶ୍ରମିକ ବାବଦକୁ ଚୁକ୍ତି କରିଥିବା ଅର୍ଥରୁ ଟଙ୍କାଟିଏ ମଧ୍ୟ ଦେଉ ନାହାନ୍ତି ତେଣୁ ସେମାନେ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି ବୋଲି କହିଥିଲେ। ଫଳରେ ସେମାନେ କାମ ଛାଡି ନିଜ ଗାଁକୁ ଫେରି ଯିବାକୁ ଚାହିଁଲେ ବି ଠିକାଦାର ସେମାନଙ୍କୁ ଯିବାକୁ ଦେଉନାହିଁ ବୋଲି ଅଭିଯୋଗ ଆଣିଥିଲେ।

ସାମାଜିକ କର୍ମୀ ଏସବୁ ଅବଗତ ହେଲା ପରେ ଗତ ୨୯ ତାରିଖରେ କଳାହାଣ୍ଡି ଜିଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିଥିଲେ। ଏହାସହ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବିଷୟରେ ଅବଗତ କରାଇଥିଲେ। ଏହାପରେ ଜିଲାପାଳ, ଶ୍ରମ ବିଭାଗ, ଜଳସମ୍ପଦ ବିଭାଗ ଓ ପାୟତିରାଜ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଏ ଦିଗରେ ପଦକ୍ଷେପ ନେଇ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନେ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜ ନିଜ ଗାଁକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚୁକ୍ତିର ଅବଧି ସରିବା ୬ ଦିନ ପୂର୍ୱରୁ ଠିପିବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ, ଅବକାରୀ ଅଧିକ୍ଷକ କହିଲେ ତଦନ୍ତ କରାଯିବ…

ଦାରିଙ୍ଗବାଡି, ୩୦ ।୬ (ଅରୁଣ ସାହୁ ): ସରକାରଙ୍କ ଠାରୁ ଅନୁମୋଦନ ପାଇ ସରକାରଙ୍କ ସହ ଚୁକ୍ତି କରି ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦ ଦୋକାନର ଅବଧି…

ପୋକ୍ସୋ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ; ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୩୦।୬: ଗଜପତି ଜିଲ୍ଲାର ଏକ ଚର୍ଚ୍ଚିତ ପୋକ୍ସୋ ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହର ପ୍ରସାଦ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ଟ୍ରାକ୍ଟର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ପରିବାରକୁ ମିଳିଲା ସରକାରୀ ସହାୟତା

ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ…

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri