Categories: ଜାତୀୟ

୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କଲେ ପାକିସ୍ତାନୀ ତଟରକ୍ଷୀ…

ଗାନ୍ଧୀନଗର,୭।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସି ପରେ ଏବେ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ରବିବାର ପାକିସ୍ତାନୀ ତଟରକ୍ଷୀ କର୍ମଚାରୀ ଭାରତୀୟ ବୋଟ ସହିତ ୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରି ନେଇଛନ୍ତି। ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି ଯେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଇଏମବିଏଲ ନିକଟରେ ଏହି ଘଟଣା ଘଟିଛି।

ପାକିସ୍ତାନୀ ତଟରକ୍ଷୀ କମାଣ୍ଡୋମାନେ ଅପହରଣ କରି ନେଇଛନ୍ତି। ଭାରତୀୟ ନୌସେନା ଏବଂ ତଟ ରକ୍ଷୀ ବାହିନୀ ସମେତ ସୁରକ୍ଷା ଏଜେନ୍ସି ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି। ଅପହରଣ ହୋଇଥିବା ମତ୍ସ୍ୟଜୀବୀଙ୍କୁ କେଉଁଠିକୁ ନିଆଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ପାକିସ୍ତାନ ତଟରକ୍ଷୀ କର୍ମଚାରୀଙ୍କ ଗୁଳିରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଗୁଳିରେ ବହୁ ଆହତ ହୋଇଥିବା କୁହାଯାଉଛି। ଟିଭି ରିପୋର୍ଟ ଅନୁଯାୟୀ ଆହତମାନଙ୍କୁ ଚିକିତ୍ସା ପାଇଁ ଦ୍ୱାରକା ଡାକ୍ତରଖାନାକୁ ପଠାଯାଇଛି। ପୂର୍ବରୁ ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଏଭଳି କାର୍ଯ୍ୟ ଜାରି ରଖିଥିବାବେଳେ ଏବେ ସାମୁଦ୍ରିକ ସୀମା ମୁହାଁ ହୋଇଛି। ଗତ ବର୍ଷ ଏପ୍ରିଲରେ ଗୁଜୁରାଟର ସାମୁଦ୍ରିକ ସୀମା ନିକଟରେ ପାକିସ୍ତାନୀ ତଟରକ୍ଷୀ ଦୁଇଟି ଭାରତୀୟ ଡଙ୍ଗା ଉପରକୁ ଗୁଳି ଚାଳନା କରିଥିଲେ।

Share