୬ ଶିକାରୀ ଗିରଫ, ୫୦ ପକ୍ଷୀ ଉଦ୍ଧାର

ଭୋଗରାଇ , ୧୦ା୯( ପ୍ରଦୀପ ଦାସ)ବାଲେଶ୍ୱର ଜିଲା ଜଳେଶ୍ବର ରେଞ୍ଜ ଅନ୍ତର୍ଗତ ଭୋଗରାଇ ଉଦୟପୁର ବନପାଳ କାର୍ଯ୍ୟାଳୟ ଅଧୀନ ଏନଏମ ପଡ଼ିଆ ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୬ ପକ୍ଷୀ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କ ନିକଟରୁ ଜାଲ, ଫାଶ ସମେତ ୫୦ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି। ଏହାସହ ବନ୍ୟପ୍ରାଣୀ ବିଭାଗ ୪ ମୃତ ବିଦେଶୀ ପକ୍ଷୀ ଜବତ କରିଛି । ଗିରଫ ୬ ଶିକାରୀ ହେଲେ ବାଲିଆପାଳ ଥାନା ଚୌମୁଖ ଗ୍ରାମର ଅଶୋକ ଦାସ, ଲକ୍ଷ୍ମୀକାନ୍ତ ଗିରି, ରାଜେନ୍ଦ୍ର ମହାନ୍ତି, ବସନ୍ତ ବେହେରା, ସୁବାସ ରଞ୍ଜିତ ଓ ମୁକ୍ତେଶର ଭୂୟାଁ । ଶିକାରୀମାନେ ନିରୀହ ପକ୍ଷୀମାନଙ୍କୁ ବିଳମ୍ବିତ ରାତିରେ ଜୁଆର ସମୟରେ ସମୁଦ୍ର କୂଳରେ ଜାଲ ଫାଶ ବସାଇ ପକ୍ଷୀ ଶିକାର କରୁଥିବା ଜଣାପଡିବା ପରେ ବିଭାଗର ଏକ ୧୩ ଜଣିଆ ସ୍ବତନ୍ତ୍ର ଟିମ ଜଳେଶ୍ବର ରେଞ୍ଜ ଅଧିକାରିଣୀ ଜୟଶ୍ରୀ ମୁର୍ମୁଙ୍କ ନେତୃତ୍ୱରେ ଚଢାଉ କରିଥିଲେ। ପକ୍ଷୀ ଶିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ପ୍ରାଥମିକ ତଦନ୍ତ ଜାରି ରହିଛି।