୬ ଜୁଆଡ଼ି ଗିରଫ

ଗୁଣପୁର,୨୬ା୧୦(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ପୋଲିସ ସୋମବାର ଏକ ଜୁଆଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୬ହଜାର ଟଙ୍କା ସହ ୪ ବାଇକ୍‌ ଏବଂ ୫ ମୋବାଇଲ୍‌ ଜବତ କରାଯାଇଥିବା ଗୁଣପୁର ଥାନାଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସ୍ଥାନୀୟ ବାଘୁଆ ମନ୍ଦିର ନିକଟରେ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଏ ନେଇ ୧୮୫/୨୦ ନଂ.ରେ ଏକ ମାମଲା ରୁଜୁ ହୋଇଛି।