୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ ପରେ ଆସୁଛି ବର୍ଷା ଦିନ। ଏଭଳି ସ୍ଥଳେ ଠିକାଦାରମାନଙ୍କ ଦ୍ୱାରା ନିର୍ମାଣ ଚାଲିଥିବା ୬ଟି ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ ହୋଇପଡ଼ିଛି। ଏଥିପାଇଁ ଜିଲା ପ୍ରଶାସନ ଏବଂ ଠିକାଦାରମାନଙ୍କ ଅବହେଳାକୁ ଦାୟୀ କରାଯାଉଛି। ଏଭଳିସ୍ଥଳେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ଦାୟିତ୍ୱରେ ଥିବା ୨ଜଣ ପ୍ରଥମ ଶ୍ରେଣୀ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଜିଲାରେ ଜୁନ୍‌ ୧ରେ ନିର୍ବାଚନ ହେବାକୁ ଯାଉଛି। ଇତିମଧ୍ୟରେ କାଳବୈଶାଖୀ ପ୍ରଭାବରେ ବଡ଼ଧରଣର ଝଡ଼ବର୍ଷା ହେଲେ ଲୋକେ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ଏହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଜିଲାରେ ଗତ ୨୫ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଳାଇ ଦେଇଛି। ବନ୍ୟା ସମୟରେ ବିପନ୍ନମାନେ ଘରଦ୍ୱାର ଛାଡ଼ି ବନ୍ଧହିଡ଼ରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଥାଏ। ତେଣୁ ବନ୍ୟା ସମୟରେ ଦୁର୍ଗତମାନଙ୍କୁ ସୁରକ୍ଷିତ ଭାବେ ଥଇଥାନ କରିବାକୁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। କିନ୍ତୁ ଠିକାଦାରମାନଙ୍କ ଆନ୍ତରିକତାର ଅଭାବ ଏବଂ ଲାଭଖୋର ମନୋବୃତ୍ତି ଯୋଗୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେଉନାହିଁ। ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୦-୨୧ରେ ଯମୁନା ହାଇସ୍କୁଲ ପରିସରରେ ଏବଂ ରସୁଲପୁର ହରିଜନ ସାହିରେ ୩୦୦୦ ବର୍ଗଫୁଟ ବିଶିଷ୍ଟ ୨ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଠିକାଦାର ନିରାକାର ସାମଲଙ୍କ ସହିତ ଚୁକ୍ତି ହୋଇଥିଲା। ଏହି ପ୍ରକଳ୍ପ ୨୯ା୬ା୨୦୨୧ରେ ଆରମ୍ଭ ହୋଇ ୨୮ା୯ା୨୦୨୨ରେ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହାର ୩୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଉକ୍ତ ପ୍ରକଳ୍ପଦ୍ୱୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସେହିପରି ବିସିଜେ ହାଇସ୍କୁଲ ପରିସରରେ ଠିକାଦାର ହରେକୃଷ୍ଣ ଧଳଙ୍କ ଦ୍ୱାରା ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳ ୨୮ା୫ା୨୦୨୨ ସୁଦ୍ଧା ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଜୟଚଣ୍ଡୀ ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳ ଭୂଇଁରୁ ଉଠି ପାରିନାହିଁ। ଏହି ପ୍ରକଳ୍ପ ୨୯ା୬ା୨୦୨୧ରେ ଆରମ୍ଭ ହୋଇ ୨୮ା୫ା୨୦୨୨ରେ ସାରିବାକୁ ଧାର୍ଯ୍ୟ ହୋଇଛି। ଅନୁରୂପ ଭାବେ ଶ୍ରୀବନ୍ତ ହାଇସ୍କୁଲ ଏବଂ କେ.ସି. ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳର ଧାର୍ଯ୍ୟ ସମୟସୀମାକୁ ୩୩ ମାସ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ସେଗୁଡିକ ଅଧାପନ୍ତରିଆ ହୋଇରହିଛି। ସଂପୃକ୍ତ ଠିକାଦାର ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଉପରୋକ୍ତ ପ୍ରକଳ୍ପଗୁଡ଼ିକ ଚଳିତବର୍ଷ ସମ୍ଭାବ୍ୟ ବନ୍ୟାଦାଉରୁ ଲୋକଙ୍କୁ ସୁରକ୍ଷା ଦେଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି। ତେବେ ଠିକାଦାରମାନଙ୍କୁ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ କେବଳ କାରଣଦର୍ଶାଅ ନୋଟିସ ଜାରି କରି ନିଜର ଦାୟିତ୍ୱ ସମ୍ପାଦନ କରାଯାଉଥିବା ଅଭିଯୋଗ ହେଉଛି।
ବନ୍ୟା ନିୟନ୍ତ୍ରଣ ପାଇଁ ସମନ୍ବିତ ନଦୀ ପରିଚାଳନା ଯୋଜନା, ବ୍ୟାରେଜ ନିର୍ମାଣ ସରକାରୀ ପ୍ରତିଶ୍ରୁତିରେ ଅଟକିଛି। ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ଏବଂ ବ୍ରାହ୍ମଣୀ, ଖରସ୍ରୋତା ଓ ବୁଢ଼ା ନଦୀର ବାମପାର୍ଶ୍ୱ, ବିରୂପା ନଦୀର ଦକ୍ଷିଣପାର୍ଶ୍ୱରେ ସମୁଦାୟ ପ୍ରାୟ ୨୧୦ କି.ମି. ବନ୍ଧ ଓ ଅପରପାର୍ଶ୍ୱରେ ୧୮୦ କି.ମି. ବନ୍ଧ ନିର୍ମାଣ ହୋଇଛି। କିନ୍ତୁ ଏହି ନଦୀବନ୍ଧଗୁଡ଼ିକରେ ଯେଭଳି ଘାଇ ନ ହେବ, ସେଥିପ୍ରତି ସ୍ଥାୟୀ ପ୍ରତିକାର ହୋଇ ପାରିଲା ନାହିଁ। ୨୦୨୦ ଅଗଷ୍ଟରେ ଶେଷଥର ପାଇଁ ଏକ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟାରେ ଜିଲାରେ ୨୫ଟି ଛୋଟବଡ଼ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହି ସମୟରେ ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳ ଅଭାବରୁ ବହୁ ପରିବାର ବନ୍ଧହିଡ଼ରେ ବିପଦସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରିଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ସରକାର ବନ୍ୟା ବିତ୍ପାତ ଅଞ୍ଚଳରେ ଆଶ୍ରୟସ୍ଥଳ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri