Categories: ଜାତୀୟ

ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ୪ ଶିଶୁଙ୍କ ସମେତ ୬ ମୃତ୍ୟୁ…

ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶର ଇଟାୱା ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଲଗାତାର ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ିବା ଘଟଣାରେ ୪ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଭାଇ ଓ ଭଉଣୀ ଥିବା କୁହାଯାଉଛି। ସୂଚନା ଦେଇ ଇଟାୱା ଡିଏମ ଅବନୀଶ ରାୟ କହିଛନ୍ତି ଯେ ସିଭିଲ ଲାଇନ ପୋଲିସ ଷ୍ଟେଶନ ପରିସରରେ ଥିବା ଚନ୍ଦ୍ରପୁରାରେ ରାତି ପ୍ରାୟ ଗେଟାଏ ସମୟରେ ଏହି ଘଟଣା ଘଟିଛି। ଘଟଣା ସମୟରେ ଘରର ଲୋକମାନେ ଗଭୀର ନିଦ୍ରାରେ ଶୋଇଥିଲେ।

ବର୍ଷା ଯୋଗୁ ଏକ କାନ୍ଥ ଭୁଶୁଡି ପଡିଥିଲା। ଶୋଇଥିବା ଅବସ୍ଥାରେ ସେମାନେ ମାଟି ତଳେ ପୋତି ହୋଇଯାଇଥିଲା। କାନ୍ଥ ଭୁଶୁଡ଼ିବାର ଶବ୍ଦରେ ଗ୍ରାମବାସୀ ଏକତ୍ରିତ ହୋଇ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା।

 

ଏହି ଦୁର୍ଘଟଣାରେ ପିଲାମାନଙ୍କର ୭୫ ବର୍ଷ ବୟସ୍କା ଜେଜେମା’ଙ୍କ ସମେତ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଭୀମରାଓ ଆମ୍ବେଡକର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାମ ୧୦ ବର୍ଷୀୟ ସିଙ୍କୁ, ୮ ବର୍ଷିୟ ଅଭି, ୭ ବର୍ଷିୟ ସୋନୁ ଏବଂ ୫ ବର୍ଷିୟ ଆରତୀ ବୋଲି ଜଣାପଡିଛି।

Share