୬ କୋଟି ଟଙ୍କାର ହିସାବ ମିଳୁନି

ଯାଜପୁର,୩୧ା୭(ହର୍ଷବର୍ଦ୍ଧନ ବେହେରା):ଶିକ୍ଷାର ଅଭିବୃଦ୍ଧି ହେବ। ପାଠପଢ଼ି ପିଲାମାନେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିବେ। ଏହିସବୁ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସରକାର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିଛନ୍ତି। ଏହିକ୍ରମରେ ସମଗ୍ର ଶିକ୍ଷା ଯୋଜନାରେ ବିପୁଳ ଅର୍ଥ ବ୍ୟୟ କରି ଅନେକ ପ୍ରକଳ୍ପ ନିର୍ମାଣ ହେଉଛି। ଲାଇବ୍ରେରି, କ୍ରୀଡ଼ା, ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନାଗାର, ତାଲିମ, ସ୍କୁଲ ସେଫ୍ଟି ଇତ୍ୟାଦି ପାଇଁ ୨୦୧୮-୧୯ ବର୍ଷରୁ ବିପୁଳ ଅର୍ଥ ମଞ୍ଜୁର ହୋଇଛି। ହେଲେ ଏଯାଏ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇପାରିନାହିଁ। ସ୍କୁଲ ପରିଚାଳନା କମିଟିଗୁଡ଼ିକୁ ଦିଆଯାଇଥିବା ତାଲିମରେ ଉପସ୍ଥିତ ସଭ୍ୟାସଭ୍ୟଙ୍କ ସଂଖ୍ୟା ଅସ୍ପଷ୍ଟ ରହିଥିବାରୁ ୟୁସି ବ୍ୟବସ୍ଥିତ ହୋଇ ପାରୁନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପାଇଁ ମଞ୍ଜୁର ହେଉଥିବା ଅନୁଦାନରେ ବ୍ୟାପକ ହେରଫେର ହେଉଥିବା ସନ୍ଦେହ କରାଯାଉଛି। ଏଥିଯୋଗୁ ଯାଜପୁର ଜିଲା ଶିକ୍ଷାଧିକାରୀ(ଡିଇଓ) ୟୁସି ଏବଂ ଅଗ୍ରଗତି ରିପୋର୍ଟ ଦେଇ ନ ପାରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନିଜେ ଦର୍ଶାଇଛନ୍ତି। ତେଣୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ଯଥାଶୀଘ୍ର ୟୁସି ଦାଖଲ କରିବା ସହ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହି କୈଫିୟତ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଯାଜପୁର ଜିଲାର ୧୦ ବ୍ଲକର ୧୮୧୭ ପ୍ରାଥମିକ ସ୍କୁଲରେ କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ ୨୦୧୮-୧୯ ବର୍ଷରେ ୧ କୋଟି ୨୦ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ଏଯାଏ ୨୪ ଲକ୍ଷ ୩୪ ହଜାର ୯୦୦ ଟଙ୍କାର ୟୁସି ଦାଖଲ ବାକି ରହିଛି। ସେହିପରି ୨୦୧୯-୨୦ରେ ଆବଣ୍ଟିତ ୧ କୋଟି ୨୧ ଲକ୍ଷ ୧୦ ହଜାର ଟଙ୍କାରୁ ୪୧ ଲକ୍ଷ ୭୯ ହଜାର ଟଙ୍କା, ୨୦୨୦-୨୧ରେ ଆବଣ୍ଟିତ ୧ କୋଟି ୫ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟରୁ ୧୨ ଲକ୍ଷ ୮୫ ହଜାର ଟଙ୍କା, ୨୦୨୧-୨୨ରେ ଆବଣ୍ଟିତ ୧ କୋଟି ୫ ଲକ୍ଷ ୭୦ ହଜାର ମଧ୍ୟରୁ ୯୬ ଲକ୍ଷ ୩୫ ହଜାର ଟଙ୍କା, ୨୦୨୨-୨୩ରେ ୧୭୩୦ଟି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲକୁ ଆବଣ୍ଟିତ ୧ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟରୁ ୧ କୋଟି ୨୭ ଲକ୍ଷ ୮୦ ହଜାର ଟଙ୍କା, ୨୦୨୦-୨୧ରେ ମାଧ୍ୟମିକ ସ୍କୁଲ ପାଇଁ ଆସିଥିବା ୫୪ ଲକ୍ଷ ୨୫ ହଜାର ମଧ୍ୟରୁ ୨୮ ଲକ୍ଷ ୪୦ ହଜାର ଓ ୨୦୨୧-୨୨ରେ ୫୬ ଲକ୍ଷ ୨୫ ହଜାର ଟଙ୍କା ମଧ୍ୟରୁ ୫୪ ଲକ୍ଷ ୨୫ ହଜାର ଟଙ୍କା ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ୨୦୨୦-୨୧ରେ ୩ ଲକ୍ଷ ୨୫ ହଜାର, ୨୦୨୧-୨୨ରେ ୩ ଲକ୍ଷ ୨୫ ହଜାର ଓ ୨୦୨୨-୨୩ରେ ୨ ଲକ୍ଷ ୫୦ ହଜାର ଟଙ୍କାର ୟୁସି ବାକି ପଡିଛି। ଏଥିରୁ ବିଦ୍ୟାଳୟଗୁଡିକରେ କିଭଳି କ୍ରୀଡ଼ା କ୍ଷେତ୍ରର ବିକାଶ ହୋଇଥିବ ତାହା ସହଜେ ଅନୁମେୟ। କେତେକ ସ୍କୁଲରେ ମିଥ୍ୟା ବିଲ୍‌ଭାଉଚର କରି ଅନୁଦାନ ଅର୍ଥ ଚଳୁ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
ସ୍କୁଲ ସେଫ୍ଟି ପାଇଁ ଆସିଥିବା ଅନୁଦାନକୁ ଦେଖିଲେ, ୨୦୧୯-୨୦ରେ ୫ ଲକ୍ଷ ୧ ହଜାର ୩୦୦ ଟଙ୍କା, ୨୦୨୦-୨୧ରେ ୩ ଲକ୍ଷ ୩୭ ହଜାର ୫୦୦ ଟଙ୍କା, ୨୦୨୧-୨୨ରେ ୩୦ ଲକ୍ଷ ୫୨ ହଜାର ୫୦୦ ଟଙ୍କା, ଉଭୟ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକର ସୁରକ୍ଷା ପାଇଁ ଆସିଥିବା ଅନୁଦାନ ମଧ୍ୟରୁ ୧୭ ଲକ୍ଷ ୯୭ ହଜାର ୬୫୦ ଟଙ୍କା ଏବଂ ଶିକ୍ଷକମାନଙ୍କୁ ସେଫ୍‌ଟି ପାଇଁ ତାଲିମ ଖର୍ଚ୍ଚ ବାବଦକୁ ଆସିଥିବା ଅନୁଦାନର ୨୦୨୦-୨୧ରେ ୭ ଲକ୍ଷ ୨୦ ହଜାର, ୨୦୨୧-୨୨ରେ ୩୩ ଲକ୍ଷ ୨୮ ହଜାର ୫୦୦, ୨୦୨୧-୨୨ରେ ୧୨ ଲକ୍ଷ ୪ ହଜାର ୫୦୦ ଟଙ୍କା ଓ ୨୦୨୨-୨୩ରେ ୩୯ ଲକ୍ଷ ୩୨ ହଜାର ୫୦୦ ଟଙ୍କାର ୟୁସି ଦାଖଲ ବାକି ପଡିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଅଧାରୁ ପାଠ ଛାଡିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରଖି ୨୦୨୧-୧୧ରେ ସର୍ଭେ ପାଇଁ ଆସିଥିବା ୩ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟରୁ ୮୯ ହଜାର ଟଙ୍କା ୟୁସି ଦାଖଲ ହୋଇ ପାରିନାହିଁ। ଏଭଳି ଏକାଧିକ କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥର ଠିକ୍‌ ବିନିଯୋଗ ହୋଇ ପାରୁ ନ ଥିବାରୁ ଯାଜପୁର ଜିଲାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ରସାତଲଗାମୀ ହେଉଥିବା ମତପ୍ରକାଶ ପାଇଛି। ଏହିସବୁ ଅର୍ଥର ବିନିଯୋଗ ଉପରେ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ କଥା ସାମ୍ନାକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri