ଜିଲାର ୬ ବ୍ଲକରେ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ

ସୋନପୁର,୧୨।୩ (ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ନିକଟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ଶନିବାର ୬ଟି ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ନବ ନିର୍ବାଚିତ ସମିତି ସଭ୍ୟା ଓ ସଭ୍ୟ ୬ଟିଯାକ ବ୍ଲକରେ ପହଞ୍ଚତ୍ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ କରିଛନ୍ତି । ସୋନପୁର ସଦର ବ୍ଲକରେ ପ୍ରହଲ୍ଲାଦ ନାୟକ, ତରଭା ବ୍ଲକରେ ସରୋଜ କମ୍ପ, ଡୁଙ୍ଗୁରିପାଲି ବ୍ଲକରେ ଅହଲ୍ୟା ସାହୁ, ବିନିକା ବ୍ଲକରେ ଦୀପ୍ତିରେଖା ନନ୍ଦ, ଉଲୁଣ୍ଡା ବ୍ଲକରେ ଶାନ୍ତିଲତା ମିଶ୍ର ଓ ବୀରମହାରାଜପୁର ବ୍ଲକରେ ଶାନ୍ତି ଲୁହା ନିଦର୍‌ବନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସବୁଠି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଜୟୀ ପରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ବିଜୟ ଶୋଭାଯାତ୍ରା କରିଛନ୍ତି।