ମାଲକାନଗିରି ଜିଲାର ୬ ବ୍ଲକ ଡେଙ୍ଗୁ କବଳିତ

ମାଲକାନଗିରି, ୧୭।୮(ସ୍ବ.ପ୍ର.): ମାଲକାନଗିରି ଜିଲ୍ଲାରେ ଗତ କିଛି ମାସ ଧରି କ୍ରମାଗତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାରେ ଲାଗିଛି। ଜିଲାର ୬ଟି ବ୍ଲକରେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଡେଙ୍ଗୁ ନିମନ୍ତେ ଚିତ୍ରକୋଣ୍ଡା ଓ ବାଲିମେଳା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ମାଲକାନଗିରି ପୌରାଞ୍ଚଳରେ ଏନେଇ କୌଣସି କାର୍ଯ୍ୟକ୍ରମ ହେଉନାହିଁ। ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ୨୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ବ୍ଲକର ଗ୍ରାମାଞ୍ଚଳରେ ୨ଜଣ, ଚିତ୍ରକୋଣ୍ଡା ସଦର ମହକୁମାରେ ୬୩ ଜଣ, ଗ୍ରାମାଞ୍ଚଳରେ ୧୦ ଜଣ, ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳରେ ୧୭ ଜଣ, ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ ଜଣ, କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧ଜଣ, କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫ ଜଣ, ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ, କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୭ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତିା ବର୍ତମାନ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଡେଙ୍ଗୁ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତିା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବତ୍ତର୍ର୍ମାନ ସୁଦ୍ଧା ୧୬୨୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଏ ସମ୍ପର୍କରେ ମଶାବାହିତ ରୋଗ ଉପ ନିର୍ଦେଶକ ଡଃ ଧନେଶ୍ୱର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପ୍ରତ୍ୟେକ ଅଞ୍ଚଳରେ ସ୍ବତନ୍ତ୍ର ମେଡିକାଲ ଟିମ କାମ କରୁଛନ୍ତି। ଆଶା ଓ ଅଙ୍ଗନବାଡି କର୍ମୀ ଏବଂ ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି। ସମସ୍ତେ ପ୍ରତ୍ୟେକ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଆମ ରାଜ୍ୟ ଅପେକ୍ଷା ବାହାର ରାଜ୍ୟ ତେଲେଙ୍ଗାଣା ଓ ହାଇଦ୍ରାବାଦ, ତାମିଲନାଡୁ ଓ ବେଙ୍ଗୁଲୁରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ବୋଲି ମହାପାତ୍ର କହିଥିଲେ। ଏହି ଅଂଚଳରେ ଜାତାୟତ କରୁଥିବା ଲୋକମାନେ ମଧ୍ୟ ଏ ସମ୍ପର୍କରେ ସଚେତନ ହୋଇ ସୱୟଂ ଧ୍ୟାନ ରଖିବା ଉଚିତ କାରଣ ଡେଙ୍ଗୁ ଆକ୍ରାନ୍ତ ରୋଗୀ ନିଜେ ସଚେତନ ନ ହେଲେ ଏଥିରୁ ର କ୍ଷା ପାଇବା କଷ୍ଟକର ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri