Categories: ଜାତୀୟ

ଇଜିପ୍ଟ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ୬ ଚୁକ୍ତି ସ୍ବାକ୍ଷର ହେବ

ନୂଆଦିଲ୍ଲୀ,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତାହ ଏଲ୍‌-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେବାରେ ଅଲ୍‌-ସିସି ହେଉଛନ୍ତି ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ତଥା ମଧ୍ୟପ୍ରାଚ୍ୟର ପଞ୍ଚମ ନେତା। ଆରବ ଦୁନିଆରେ ପ୍ରମୁଖ ଭୂମିକା ନେଉଥିବା ଇଜିପ୍ଟ ସହ ନୂଆଦିଲ୍ଲୀ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଛି। ତେଣୁ ତାଙ୍କ ଗସ୍ତ ବେଳେ ଭାରତ ଓ ଇଜିପ୍ଟ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, କୃଷି, ଆଇଟି ସମେତ ୬ଟି କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର ହେବା ନେଇ ଆଶା କରାଯାଉଛି। ଅଲ୍‌-ସିସି ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।

Share