ଭୁବନେଶ୍ୱର,୧୭ା୬ (ବନ୍ଦନା ସେଠୀ) ସରିଲା ରଜ। ଦୋଳି ସାଙ୍ଗକୁ ଭଳିକି ଭଳି ପିଠା, ପାନ ସହିତ ରାଜଧାନୀବାସୀ ପାଳନ କରିଥିଲେ ରଜ ଉତ୍ସବ। ତେବେ ଏଥର ରଜ ଭଲ ବାରରେ ପଡିଥିବାରୁ ପିଠାଖିଆ ସାଙ୍ଗକୁ ଆମିଷ ବାସ୍ନାରେ ପୂରି ଉଠିଥିଲା ଘରଠୁ ବାହାର। ଚିକେନ୍, ମାଛ, ଚିଙ୍ଗୁଡି, କଙ୍କଡ଼ା ବେପାର ଜମିଥିବାବେଳେ ମଟନ ଉପରେ ଲୋକଙ୍କର ଚାହିଦା ଅଧିକ ରହିଥିଲା। ବିଶେଷକରି ବୁଧବାର ଓ ଶୁକ୍ରବାର ୨ଦିନରେ ଭୁବନେଶ୍ୱରର ୬କୋଟି ୬୭ଲକ୍ଷ ଟଙ୍କାର ଆମିଷ ବେପାର ହୋଇଥିବା ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ପହିଲି ରଜ ବୁଧବାର ପଡିଥିବାରୁ ସେହିଦିନ ୨କୋଟି ଟଙ୍କାର ମଟନ ବେପାର ହୋଇଥିଲା। ସେହିପରି ୧କୋଟି ୭୦ଲକ୍ଷ ଟଙ୍କାର ଚିକେନ୍ ଓ ୭୨ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଥିଲା। ପହିଲି ରଜ ତୁଳନାରେ ଶୁକ୍ରବାର ଶେଷ ରଜରେ ଟିକେ କମିଥିଲେ ବି ଭଲ ବେପାର ହୋଇଥିଲା। ପ୍ରାୟ ୧କୋଟି ଟଙ୍କାର ମଟନ ବିକ୍ରି ହୋଇଥିବାବେଳେ ୮୫ଲକ୍ଷ ଟଙ୍କାର ଚିକେନ୍ ଓ ୪୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଥିଲା। ବୁଧବାର ୧୦୦ଟି ଓ ଶୁକ୍ରବାର ୫୦ଟି ଚିକେନ ଗାଡ଼ି ଭୁବନେଶ୍ୱର ଆସିଥିଲା ବୋଲି ସଂଘ କହିଛି।
ରଜ ବଜାରକୁ ଦୃଷ୍ଟିରେ ରଖି ଆମିଷର ଦର ଟିକେ ଚଢା ରହିଥିଲା। ଖାସି ମାଂସ କେଜି ୭ଶହରୁ ୮ଶହ ଟଙ୍କାରେ ବିକ୍ରି ହୋଇଥିଲାବେଳେ ମାଈ ଛେଳି କେଜି ୭ଶହ ଟଙ୍କା, ଚିକେନ୍ ୨୫୦ ଟଙ୍କା, ଦେଶୀ କୁକୁଡ଼ା ୪୫୦-୫ଶହ ଟଙ୍କା, ବନରାଜ ୩ଶହ ଟଙ୍କା, ରୋହି ମାଛ ୨୨୦ ଟଙ୍କା, ଜଳଙ୍ଗ ୧୬୦-୧୭୦ଟଙ୍କା, ଖଇଙ୍ଗା ୪ଶହରୁ ୫ଶହ ଟଙ୍କା, ପୋହଳା ୧୬୦-୨ଶହ ଟଙ୍କା, ମିରିକାଳୀ ୨୨୦-୨୫୦ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ, ଛୋଟ ଚିଙ୍ଗୁଡି ୨୬୦-୩ଶହ ଟଙ୍କା, କଙ୍କଡା ୫ଶହ-୬ଶହ ଟଙ୍କା ଦର ରହିଥିଲା।
ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍ପେଣ୍ଡ
ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ
ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…
୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…
ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…
ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…
ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର
ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…
ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…
ତେହରନ୍,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…
ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ
ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…
Archives

