୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର ୨୦ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ହିଁ ସେ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରବଳ ଆକ୍ରମଣ କରି ମଇଦାନର ଚାରିଆଡ଼େ ଚୌକା ଓ ଛକାର ବର୍ଷା କରିଥିଲେ। ଯଦିଓ ବୈଭବ ସୂର୍ଯ୍ୟବଂଶୀ (୧୫) ଏବଂ ସଞ୍ଜୁ ସାମସନ (୨) ଶୀଘ୍ର ଆଉଟ ହୋଇଯାଇଥିଲେ, ତଥାପି ଅଭିଷେକ ନିଜର ବିସ୍ଫୋରକ ଖେଳ ଜାରି ରଖି ଦ୍ରୁତ ଗତିରେ ଅର୍ଦ୍ଧଶତକ ହାସଲ କରିଥିଲେ।
୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଭାରତ ପାଇଁ ଏକ ଚମତ୍କାର ମଞ୍ଚ ପ୍ରସ୍ତୁତ କରିଥିଲେ। ସେ ୩ଟି ଚୌକା ଓ ୬ଟି ବିସ୍ଫୋରକ ଛକା ସହାୟତାରେ ୨୦ଟି ବଲରେ ୫୦ ରନ ସଂଗ୍ରହ କରିଥିଲେ। ଶେଷରେ ସେ ୨୮ଟି ବଲରୁ ୬୧ ରନ କରି ଆଉଟ ହୋଇଥିଲେ; ତାଙ୍କର ଏହି ଇନିଂସରେ ୩ଟି ଚୌକା ଓ ୭ଟି ଛକା ସାମିଲ ଥିଲା।

Dharitri – Odisha’s No.1, Most Trusted Odia Daily

Share