Categories: ଖେଳ

ଇଂଲଣ୍ଡ ୨୮୪ରେ ଅଲ୍‌ଆଉଟ୍‌: ଭାରତ ୧୩୨ ରନ୍‌ରେ ଆଗୁଆ

ଲଣ୍ଡନ,୩।୭: ବର୍ମିଂହାମ୍‌ର ଏଜବାଷ୍ଟନ ଗ୍ରାଉଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପୁନଃନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ତୃତୀୟ ଦିନର ଖେଳ ଆଜି ଜାରି ରହିଛି। ଭାରତର ପ୍ରଥମ ଇନିଂସ ସ୍କୋର ୪୧୬ ରନ୍‌ ଜବାବରେ ଜନି ବେୟାରଷ୍ଟୋଙ୍କ ୧୦୬ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ ଅଲଆଉଟ୍‌ ହୋଇଛି। ଫଳରେ ଭାରତକୁ ପ୍ରଥମ ଇନିଂସରେ ୧୩୨ ରନର ଅଗ୍ରଣୀ ମିଳିଛି। ଭାରତ ପାଇଁ ମହମ୍ମଦ ସିରାଜ ଚାରିଟି ଉଇକେଟ ନେଇଥିବା ବେଳେ ଜସପ୍ରୀତ ବୁମରା ତିନୋଟି ଏବଂ ମହମ୍ମଦ ଶାମି ଦୁଇଟି ଉଇକେଟ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ଭାରତ ଖରାପ ଆରମ୍ଭ କରିଛି। ମାତ୍ର ୪ ରନ ସ୍କୋର କରିବା ପରେ ଶୁଭମାନ ଗିଲ ଆଉଟ ହୋଇଛନ୍ତି।
ଏଜବାଷ୍ଟନ ଟେଷ୍ଟର ତୃତୀୟ ଦିନର ପ୍ରଥମ ଅଧିବେଶନରେ ଇଂରାଜୀ ବ୍ୟାଟ୍ସମ୍ୟାନମାନେ ଦୃଢ ପ୍ରତ୍ୟାବର୍ତ୍ତନ କରିଥିଲେ। ବେୟାରଷ୍ଟୋଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ଭାରତୀୟ ବୋଲରମାନେ ହାର୍‌ ମାନିଥିଲେ। ପ୍ରଥମ ଅଧିବେଶନରେ ଇଂଲଣ୍ଡ ୧୮.୩ ଓଭରରେ ୧୧୬ ରନ ସଂଗ୍ରହ କରିଥିଲା। ବେୟାରଷ୍ଟୋ ୧୦୬ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

Share