୫ମ ସ୍ଥାନରେ ମାଲକାନଗିରିର ଦେବବ୍ରତ

ମାଲକାନଗିରି, ୮।୧୦ (ଡି.ଏନ.ଏ.): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ମାଲକାନଗିରିର ଦେବବ୍ରତ ମହାରଣା ପଞ୍ଚମ ସ୍ଥାନ ଅଧିକାର କରି ଜିଲାପାଇଁ ଗୌରବ ଆଣିଛନ୍ତି। ସେ
ସଦର ମହକୁମା କୁମୁଟିଗୁଡାର ଅବସରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର ମହାରଣାଙ୍କ ଜ୍ୟେଷ୍ଠପୁତ୍ର। କଠିନ ପରିଶ୍ରମ ତାଙ୍କୁ ଏହି ସଫଳତା ଦେଇଛି। ଏଥିପାଇଁ ସେ ମାଆବାପା ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଦେବବ୍ରତ ଗତ ବର୍ଷ ଓ.ଏ.ଏସ ପରୀକ୍ଷା ଦେଇଥିଲେ। ତାଙ୍କୁ ଓ.ଆର.ଏସ୍‌ରେ ନିଯୁକ୍ତି ମିଳିଥିଲା । ସେ ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଭାବେ କାର୍ଯ୍ୟ କରୁଛନ୍ତି।