୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି ସୋସାଇଟି ଜୁନ୍‌ ୮ ବିଶ୍ୱ ମହାସାଗର ଦିବସ ଅବସରରେ ଦକ୍ଷିଣ ମହାସାଗରକୁ ୫ମ ଓସେନ୍‌ ଭାବେ ଚିହ୍ନଟ କରିଛି। ପୂର୍ବରୁ ନ୍ୟାଶନାଲ ଜିଓଗ୍ରାଫି ମ୍ୟାପ୍‌ ପ୍ରସ୍ତୁତ କାରୀ ଆଟଲାଣ୍ଟିକ୍‌, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଆର୍କଟିକ୍‌କୁ ମହାସାଗର ବୋଲି ମାନ୍ୟତା ପ୍ରଦାନ କରିଥିଲା। ସଦର୍ନ ଓସେନ୍‌ର ପାଣି ଆଣ୍ଟାର୍କଟିକାରୁ ୬୦ ଡିଗ୍ରୀ ଅକ୍ଷାଂଶ ରେଖାକୁ ବିସ୍ତୃତ ହୋଇଥିବାରୁ ଆମେରିକା ବୋର୍ଡ ଏହାକୁ ପୂର୍ବରୁ ଚିହ୍ନଟ କରିଥିଲା।

Share