୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ

ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ପରେ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି କରାଯାଇପାରେ, ଏହି କାରଣରୁ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ପ୍ରତ୍ୟେକ ଉପଭୋକ୍ତା ଖର୍ଚ୍ଚ ହାରାହାରି ଆୟ ୨୦୮ ରୁ ୨୮୬ ଟଙ୍କାକୁ ବୃଦ୍ଧି ପାଇପାରିବ। ୨୦୨୩ ରୁ ୨୦୨୭ ମଧ୍ୟରେ ବାର୍ଷିକ ୭ ରୁ ୭.୫ ପ୍ରତିଶତ ହାରରେ ବୃଦ୍ଧି ହେବାର ସମ୍ଭାବନା ଅଛି।

ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଟେଲିକମ୍ ବଜାରରେ ଭାରତ ଅନ୍ତର୍ଭୁକ୍ତ, ଯାହାର ଗ୍ରାହକଙ୍କ ଆଧାର ବାର୍ଷିକ ୨.୯ ପ୍ରତିଶତ ହାରରେ ବଢୁଛି। ତେବେ ପ୍ରତି ୧୦୦ ଜଣଙ୍କ ପାଇଁ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସର୍ବନିମ୍ନ ସ୍ଥାନ ଅଧିକାର କରିଛି। ଭାରତରେ ବେତାର ଗ୍ରାହକଙ୍କ ସଂଖ୍ୟା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୮୨.୨ ଥିବାବେଳେ ୧୦୦ ଲୋକଙ୍କ ପ୍ରତି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଚାଇନାରେ ୧୨୫, ଜଙ୍କଗ୍ଦଗ୍ଦସବ ଷରେ ୧୬୯, ଆମେରିକାରେ ୧୧୦, ଇଣ୍ଡୋନେସିଆରେ ୧୧୫। ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତର ଟେଲିକମ୍ ବଜାରରେ ଉନ୍ନତି ପାଇଁ ପୂର୍ଣ୍ଣ ସାମର୍ଥ୍ୟ ରହିଛି।

ରିପୋର୍ଟ ଅନୁଯାୟୀ, ଡାଟା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷରେ ରହିଛି। ହାରାହାରି, ଲୋକମାନେ ପାଞ୍ଚ ଘଣ୍ଟା ପାଇଁ ସ୍ମାର୍ଟଫୋନରେ ଡାଟା ବ୍ୟବହାର କରୁଛନ୍ତି। ୱାୟାରଲାଇନ୍ ଏବଂ ବ୍ରଡ଼ବ୍ୟାଣ୍ଡ ମିଶ୍ରଣ କରି ଭାରତରେ ଟେଲିକମ୍ ଗ୍ରାହକ ଆଧାର ୧.୦୮୪ ବିଲିୟନରେ ପହଞ୍ଚିଛି। ମାର୍ଚ୍ଚ ୨୦୧୪ ରେ ଦେଶରେ ଇଣ୍ଟରନେଟ୍ ସଂଯୋଗ ୨୫.୧୫ କୋଟିରୁ ମାର୍ଚ୍ଚ ୨୦୨୩ ରେ ୯୧ କୋଟିକୁ ବୃଦ୍ଧି ପାଇଛି। ସମସ୍ତ ୨୮ ଟି ରାଜ୍ୟ ଏବଂ ୮ ଟି ୟୁନିଅନ୍ ଅଞ୍ଚଳରେ ୫ଜି ନେଟୱାର୍କ ସେବା ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri