ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୬ ପୂର୍ବରୁ ଓଡ଼ିଶାରେ ୫ଜି ସେବା ମିଳିବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟେଲିକମ୍‌ରେ ଅବହେଳା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟେଲିକମ୍‌ରେ ୫ ହଜାର ୬ ଶହ କୋଟି ଦେଇଛନ୍ତି ବୋଲି ଭୁବନେଶ୍ୱର ରେଲୱେ ଷ୍ଟେଶନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ରେଳ ମନ୍ତ୍ରୀ କହିଛନ୍ତି ।