Advertisement

ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବା

ମୁମ୍ବାଇ,୧୯।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ରେ ୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦିଲ୍ଲୀ ପରେ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ସମଗ୍ର ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ଟ୍ରୁ-୫ଜି ସେବା ଆରମ୍ଭ କରିବାରେ ଜିଓ ହେଉଛି ଦେଶର ଏକମାତ୍ର ଟେଲିକମ୍‌ ଅପରେଟର ସହ ଜିଓ ଦ୍ରୁତଗତିରେ ବିଭିନ୍ନ ସ୍ଥାନରେ ଟ୍ରୁ-୫ଜି ସେବା ମଧ୍ୟ ଯୋଗାଉଛି। ସେହିଭଳି ଜିଓର ଟ୍ରୁ-୫ଜି ନେଟ୍‌ୱର୍କ ସିଗ୍‌ନାଲ୍‌ ଦିଲ୍ଲୀ-ଏନ୍‌ସିଆର୍‌ର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ କ୍ଷେତ୍ରରେ ମିଳିବ। ଏନ୍‌ସିଆର୍‌ ଅଞ୍ଚଳରେ ଜିଓ ଟ୍ରୁ- ୫ଜି ସେବାର ଶୁଭାରମ୍ଭ ପରେ ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍‌ ଅଫର ଅଧୀନରେ ଆମନ୍ତ୍ରଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଅଫରରେ ଗ୍ରହକମାନଙ୍କୁ ଅସୀମିତ ୫ଜି ଡାଟା ଏବଂ ୧ ଜିବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ୍‌ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ରିଲାଏନ୍ସ ଜିଓର ପ୍ରବକ୍ତା କହିଛନ୍ତି, ଦେଶର ରାଜଧାନୀ ଏବଂ ଦିଲୀ ଏନ୍‌ସିଆର୍‌ ଅଞ୍ଚଳର ଅଧିକାଂଶ ସ୍ଥାନରେ ଜିଓ ଟ୍ରୁ-୫ଜି ସେବା ପହଞ୍ଚାଇବା ଆମ ପାଇଁ ଗର୍ବର ବିଷୟ। ଏପରିକି ସମସ୍ତ ଭାରତୀୟଙ୍କ ନିକଟରେ ଜିଓ ଟ୍ରୁ-୫ଜି ସେବା ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟା କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍‌ସଆପ୍‌ରେ ଜିଓମାର୍ଟ ସେବାର ଶୁଭାରମ୍ଭ

ମୁମ୍ବାଇ,୩୦।୮: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ମେଟା ଏବଂ ଦେଶର ପ୍ରମୁଖ ବାଣିଜି୍ୟକ ଅନୁଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ମଧ୍ୟରେ...

ନିଟ୍‌ରେ ଜ୍ଞାନ ବିକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୯-୬(ବ୍ୟୁରୋ): ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଜ୍ଞାନ ବିକାଶର ଛାତ୍ରୀଛାତ୍ର ସର୍ବଭାରତୀୟ ମେଡିକାଲ ପ୍ରବେଶିକା ନିଟ୍‌ରେ ଉଲେଖନୀୟ ପ୍ରଦର୍ଶନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଣାଳୀ, ଅଭିଜ୍ଞ ଫାକଲଟିଙ୍କ...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ହୋଇ ନ ପାରେ

ନୂଆଦିଲ୍ଲୀ,୩-୧: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଧାର୍ଯ୍ୟ କରିଥିବା ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରି ନ ପାରନ୍ତି।...

ନିଶାନ ମୋଟରରୁ ଛଟେଇ ହେବେ ୧୭୦୦ ଭାରତୀୟ

ମୁମ୍ବାଇ,୨୭-୭: ମାନ୍ଦାବସ୍ଥା ସାମ୍ନା କରୁଥିବା ଅଟୋ ସେକ୍ଟରରେ ଲକ୍ଷାଧିକ ସଂଖ୍ୟାରେ କର୍ମଚାରୀ ବେକାର ହେବାକୁ ଯାଉଛନ୍ତି। ଭାରତୀୟ ବଜାର ମଧ୍ୟ ଏହି ଜାଲରେ ପଡିଛି। ଜାପାନର...

ଦୀପାବଳିରେ ଜୟଆଲୁକ୍ଲାସ୍‌ର କ୍ୟାଶ୍‌ବ୍ୟାକ୍‌ ଅଫର

ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍‌ବ୍ୟାକ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ପ୍ରଣବଙ୍କ ମନ୍ତବ୍ୟ;କଂଗ୍ରେସ ସରକାର ଯୋଗୁ ଏହା ସମ୍ଭବ ହେବାକୁ ଯାଉଛି

ନୂଆଦିଲ୍ଲୀ,୨୦-୭: ମୋଦି ସରକାର ଦେଶର ଅର୍ଥନୀତିକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। ଏହା ଉପରେ ପୂର୍ବତନ ରାଷ୍ଟ୍ରପତି ତଥା...

ସ୍ଥିତି ସୁଧୁରିବାକୁ ଲାଗିବ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୨୩।୫: କୋଭିଡ୍‌-୧୯ ଭୂତାଣୁକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ କରିଥିବା ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ କମ୍ପାନୀଗୁଡିକର ରାଜସ୍ବରେ ୨୫%ରୁ...

ଚାଇନା ଟେଲିକମ୍‌ ଯନ୍ତ୍ରାଂଶ ଉପରେ କଟକଣା ଲାଗିପାରେ

ନୂଆଦିଲ୍ଲୀ: ଗଲ୍‌ଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଚାଇନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ଦିଗରେ ସରକାର...

Advertisement
Archives

Model This Week