Categories: ଜାତୀୟ

ଏସ୍‌ସି ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ଲାଗି ୫୯,୦୦୦ କୋଟି

ନୂଆଦିଲ୍ଲୀ, ୨୪।୧୨: ଆଗାମୀ ୫ ବର୍ଷ ନିମନ୍ତେ ଦେଶର ୪ କୋଟିରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି (ଏସ୍‌ସି) ଛାତ୍ରୀଛାତ୍ରଙ୍କୁ ମାଟ୍ରିକ୍‌ ପରବର୍ତ୍ତୀ ମେଧାବୃତ୍ତି ପ୍ରଦାନ ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ୫୯,୦୪୮ କୋଟି ଟଙ୍କା ମଞ୍ଜୁର କରିଛି। ଏହି କାର୍ଯ୍ୟକ୍ରମର ୬୦ ପ୍ରତିଶତ କେନ୍ଦ୍ର ଖର୍ଚ୍ଚ କରିବାକୁ ଥିବାବେଳେ ରାଜ୍ୟ ସରକାରଗୁଡ଼ିକ ଅବଶିଷ୍ଟ ଖର୍ଚ୍ଚ ବହନ କରିବେ।
ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି)ରେ ୪ଟି ଫିଲ୍ମ ମିଡିଆ ୟୁନିଟର ମିଶ୍ରଣ ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ଚଳଚ୍ଚିତ୍ର ବିଭାଗ, ଚଳଚ୍ଚିତ୍ର ନିର୍ଦ୍ଦେଶାଳୟ, ଉତ୍ସବ ଓ ଭାରତର ଜାତୀୟ ଚଳଚ୍ଚିତ୍ର ଅଭିଲେଖ ଏବଂ ଶିଶୁ ଚଳଚ୍ଚିତ୍ର ସୋସାଇଟିକୁ ଏନ୍‌ଏଫ୍‌ଡିସିରେ ମିଶ୍ରଣ କରାଯିବ।

Share