Posted inଜାତୀୟ

କାର୍ଯ୍ୟକ୍ଷେତ୍ରରେ ୫୮% ସ୍ବାସ୍ଥ୍ୟକର୍ମୀ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୧ା୧୦: ଦେଶର ମେଡିକାଲ କଲେଜଗୁଡ଼ିକରେ କାର୍ଯ୍ୟରତ ପ୍ରାୟ ଅଧାରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଅସୁରକ୍ଷିତ ମଣୁଥିବା ନେଇ ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ନୂଆଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ(ଭିଏମ୍‌ଏମ୍‌ସି) ଆଣ୍ଡ ସଫଦରଜଙ୍ଗ ହସ୍ପିଟାଲ ଏବଂ ଏମ୍‌ସ ନୂଆଦିଲ୍ଲୀ ପକ୍ଷରୁ ମିଳିତ ଭାବେ ଉକ୍ତ ଅଧ୍ୟୟନ କରାଯାଇଛି। ‘ଏପିଡେମିଓଲୋଜି ଇଣ୍ଟରନ୍ୟାଶନାଲ’ ଜର୍ନାଲରେ ରବିବାର ପ୍ରକାଶିତ ‘ଓ୍ବର୍କପ୍ଲେସ୍‌ ସେଫ୍ଟି ଆଣ୍ଡ୍‌ ସିକ୍ୟୁରିଟି ଇନ୍‌ ଇଣ୍ଡିଆନ୍‌ ହେଲ୍‌ଥ କେୟାର ସେଟିଙ୍ଗସ୍‌: ଏ କ୍ରସ୍‌ ସେକ୍ସିଓନାଲ ସର୍ଭେ’ ଶୀର୍ଷକ ଏହି ଅଧ୍ୟୟନ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକର ମୌଳିକ ସୁରକ୍ଷା ଭିତ୍ତିଭୂମିରେ ଥିବା ତ୍ରୁଟି ବିଚ୍ୟୁତିକୁ ଦର୍ଶାଇଛି। ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣିବା ଜରୁରୀ ବୋଲି ଏଥିରେ କୁହାଯାଇଛି।
ଏହି ଅଧ୍ୟୟନରେ ଦେଶର ବିଭିନ୍ନ ମେଡିକାଲ ପ୍ରତିଷ୍ଠାନର ୧,୫୬୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କର୍ମକ୍ଷେତ୍ରରେ ନିରାପତ୍ତା ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚରାଯାଇ ସର୍ଭେ କରାଯାଇଛି। ସର୍ଭେରେ ୮୬୯(୫୫.୫%) ମହିଳା ଚିକିତ୍ସା କର୍ମୀ ଓ ୬୯୭ (୪୪.୫%)ପୁରୁଷ ଚିକିତ୍ସା କର୍ମୀ ସାମିଲ ହୋଇଥିଲେ। ମତାମତ ଦେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ପ୍ରାୟ ୭୧% ସରକାରୀ ମେଡିକାଲ କଲେଜରେ କାର୍ଯ୍ୟରତ ଥିବା ନେଇ ସର୍ଭେ କରିଥିବା ବରିଷ୍ଠ ଡାକ୍ତର ଯୁଗଳ କିଶୋର ସୂଚନା ଦେଇଛନ୍ତି।
ସର୍ଭେରେ ପ୍ରାୟ ୫୮.୨% ସ୍ବାସ୍ଥ୍ୟକର୍ମୀ ନିଜ ନିଜ କାର୍ଯ୍ୟସ୍ଥଳକୁ ଅସୁରକ୍ଷିତ ବୋଲି କହିଛନ୍ତି। ସେହିପରି ୭୮.୪% ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିରେ ଥିବାବେଳେ ଧମକ ମିଳୁଥିବା ନେଇ ଜଣାଇଛନ୍ତି ବୋଲି ଡାକ୍ତର କିଶୋର କହିଛନ୍ତି। ଏକାଥରକେ ଲମ୍ବା ଅବଧିର ଡ୍ୟୁଟି କିମ୍ବା ରାତି ଡ୍ୟୁଟିରେ ନିୟୋଜିତ ପ୍ରାୟ ଅଧା ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ନିଜର ସ୍ବତନ୍ତ୍ର କୋଠରି ନ ଥିବା ଏହି ଅଧ୍ୟୟନ କହିଛି। ସେହିପରି ଡ୍ୟୁଟିରୁମକୁ ନିୟମିତ ଭାବେ ସଫା କରିବା, ସେଠାରେ କୀଟନାଶକ ନିୟନ୍ତ୍ରଣ, ଭେଣ୍ଟିଲେଶନ, ଏୟାର କଣ୍ଡିଶନର ଆଦି ସୁବିଧା ଅତ୍ୟନ୍ତ ଖରାପ ହୋଇଥିବା ନେଇ ଡାକ୍ତରମାନେ କହିଛନ୍ତି। ପ୍ରାୟ ୭୦% ସ୍ବାସ୍ଥ୍ୟକର୍ମୀ କହିଛନ୍ତି, ସେମାନଙ୍କ କାର୍ଯ୍ୟସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନାହାନ୍ତି। ସେହିପରି ୬୨% ସ୍ବାସ୍ଥ୍ୟକର୍ମୀ ଜରୁରିକାଳୀନ ଆଲାର୍ମ ସିଷ୍ଟମ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୯୦%ରୁ ଅଧିକ ହସ୍ପିଟାଲକୁ ପ୍ରବେଶ କରୁଥିବା ଲୋକଙ୍କର ଉପଯୁକ୍ତ ଢଙ୍ଗରେ ଯାଞ୍ଚ ହେଉନାହିଁ। ତେଣୁ
ଅସ୍ତ୍ରଶସ୍ତ୍ର କିମ୍ବା ବିପଜ୍ଜନକ ସାମଗ୍ରୀକୁ ସାଙ୍ଗରେ ଧରି ଅସାମାଜିକ ଲୋକେ ହସ୍ପିଟାଲ ମଧ୍ୟକୁ ଅବାଧରେ ପ୍ରବେଶ କରିବାର ଆଶଙ୍କା ରହିଛି।
ସେହିପରି ଘରୋଇ ମେଡିକାଲ ଅନୁଷ୍ଠାନ ଅପେକ୍ଷା ସରକାରୀ ମେଡିକାଲ ଅନୁଷ୍ଠାନଗୁଡ଼ିକରେ ସୁରକ୍ଷା ସମ୍ବନ୍ଧିତ ତ୍ରୁଟିକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ରହିଛି। ବିଭିନ୍ନ ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ୬୩%ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଅସୁରକ୍ଷିତ ମଣୁଥିବା ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri