Categories: ଫୁରସତ

୫୭ ବର୍ଷୀୟ ଏହି ଅଭିନେତା ୩୧ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ କଲେ ୫ମ ବିବାହ, ଲୁଚାଇଥିଲେ …

ହଲିଉଡ୍‌ ଫିଲ୍ମ ‘ଘୋଷ୍ଟ ରାଇଡର’ର ଅଭିନେତା ନିକୋଲସ କେଜ ୫ମ ବିବାହ କରିଛନ୍ତି। ୫୭ ବର୍ଷୀୟ ନିକୋଲସ ୨୬ ବର୍ଷୀୟା ଜାପାନୀ ଗର୍ଲଫ୍ରେଣ୍ଡ ରିକୋ ଶିବାଟାଙ୍କୁ ଲସ ବେଗାସର ଓ୍ବିନ୍‌ ହୋଟେଲରେ ବିବାହ କରିଛନ୍ତି। ଏହି ବିବାହ ନିରାଡମ୍ବର ଭାବରେ କରାଯାଇଛି। ଖୁବ୍‌ କମ୍‌ ସଂଖ୍ୟକ ଲୋକଙ୍କୁ ନେଇ ବିବାହ ସମ୍ପନ୍ନ ହୋଇଛି।

ଏକ ସାକ୍ଷାତକାରରେ ନିକୋଲସ କହିଛନ୍ତି, ଏହା ସତ ଯେ ଆମେ ଦୁଇଜଣ ଏହି ବିବାହରେ ବହୁତ ଖୁସି। ୧୬ ଫେବୃୟାରୀରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାତ୍ର ନିକୋଲସ ଏବଂ ରିକୋ ଏହି ବିବାହ ଖବର ଶୁକ୍ରବାର ସ୍ପଷ୍ଟ କରିଥିଲେ।

ନିକୋଲସ ଏବଂ ରିକୋଙ୍କ ଆଉଟ୍‌ଫିଟ୍‌ ବିଷୟରେ ଯଦି କହିବା ତେବେ ବିବାହ ଦିନ ରିକୋଡ ହ୍ୟାଣ୍ଡମେଡ ଜାପାନୀ ବ୍ରାଇଡାଲ କିମୋନା ପିନ୍ଧିଥିଲେ। ସେହିପରି ନିକୋଲସ ଟକ୍ସିଡୋ ପିନ୍ଧିଥିଲେ। ଏମାନଙ୍କ ବିବାହ ପାରମ୍ପରିକ କ୍ୟାଥଲିକ୍‌ ଏବଂ ଶିଣ୍ଟୋ ରୀତିନୀତିରେ ସମ୍ପନ୍ନ ହୋଇଥିଲା।

Share