୫୭% ଟିକା ବ୍ୟବହାର, ବାକି ଯାଉଛି କୁଆଡ଼େ

ନୂଆଦିଲ୍ଲୀ, ୨୫ା୫: ଦେଶରେ ଆବଶ୍ୟକ କୋଭିଡ୍‌ ଭାକ୍ସିନ ଅଭାବରୁ ଟିକାକରଣ କାର୍ଯ୍ୟକ୍ରମ ଆଶାନୁରୂପ ଆଗେଇ ପାରୁନାହିଁ। ଏପରିକି ବିଭିନ୍ନ ରାଜ୍ୟରେ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଟିକା ଅଭାବକୁ ନେଇ ସରକାର ସମାଲୋଚିତ ହୋଇଛନ୍ତି। ତେବେ ସୋମବାର କେରଳ ହାଇକୋର୍ଟରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଭାରତରେ ଯେତିକି କୋଭିଡ୍‌ ଟିକା ଉତ୍ପାଦନ ହେଉଛି, ତା’ର ୫୭ ପ୍ରତିଶତରୁ କମ୍‌ ଟିକାକରଣରେ ବ୍ୟବହୃତ ହେଉଛି। ତେବେ ଅବଶିଷ୍ଟ ୪୩ ପ୍ରତିଶତ ଟିକା କୁଆଡ଼େ ଯାଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ସୂଚନା ଅନୁଯାୟୀ ଭାରତ ମାସିକ ୮.୫ କୋଟିରୁ ଊର୍ଦ୍ଧ୍ୱ ଟିକା ଉତ୍ପାଦନ କରୁଛି। ଅନ୍ୟପକ୍ଷରେ ଦେଶରେ ଦିନକୁ ୧୨ରୁ ୧୩ ଲକ୍ଷ ଟିକା ଦିଆଯାଉଛି। ଅର୍ଥାତ୍‌ ଦୈନିକ ପ୍ରାୟ ୨୮.୩୩ ପ୍ରତିଶତ ଟିକା ପ୍ରସ୍ତୁତ ହେଉଥିବାବେଳେ ମାତ୍ର ୫୭ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁଛି।
ଏପରିକି ସର୍ବାଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ ଟିକା ଅଭାବ ଯୋଗୁ ଅନେକ ଟିକାଦାନ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି। ଅଧିକାଂଶ ରାଜ୍ୟ ବିଦେଶରୁ ଟିକା କିଣିବା ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟିକା ବିକିବା ଲାଗି ବିଦେଶୀ କମ୍ପାନୀଗୁଡ଼ିକ ରାଜି ହେଉନାହାନ୍ତି। ସୂଚନାଯୋଗ୍ୟ କେରଳ ହାଇକୋର୍ଟ ନିଜ ଆଡ଼ୁ ରାଜ୍ୟର କୋଭିଡ୍‌ ସ୍ଥିତିକୁ ବିଚାରକୁ ନେଇ ଗତ ୨୦ ତାରିଖରେ ଶୁଣାଣି କରିଥିଲେ ଏବଂ ରାଜ୍ୟରେ ଟିକାକରଣର ସମୟସୀମା ସମ୍ପର୍କରେ ସବିଶେଷ ବିବରଣୀ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ। କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ଟିକାକରଣ ନୀତିର ବିବରଣୀ ସୋମବାର ହାଇକୋର୍ଟରେ ଦାଖଲ କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଟିକା ବିତରଣ ଲାଗି କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବା କେନ୍ଦ୍ର କହିଛି। ସରକାରଙ୍କ ସୂଚନା ଅନୁଯାୟୀ ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ମାସିକ ୬.୫ କୋଟି ଡୋଜ୍‌ କୋଭିଶିଲ୍ଡ ଉତ୍ପାଦନ କରୁଥିବାବେଳେ ଭାରତ ବାୟୋଟେକ୍‌ ୨ କୋଟି ଡୋଜ୍‌ କୋଭାକ୍ସିନ ପ୍ରସ୍ତୁତ କରୁଛି। ଆଗାମୀ ଦୁଇମାସରେ ଟିକା ଯୋଗାଣରେ ଉନ୍ନତି ଘଟିବ ବୋଲି କେନ୍ଦ୍ର କହିଛି। ରୁଷିଆ ପ୍ରସ୍ତୁତ ସ୍ପୁଟନିକ୍‌-ଭି ଟିକା ଏବେ ଭାରତରେ ଉପଲବ୍ଧ ହେଲାଣି। ଜୁଲାଇ ସୁଦ୍ଧା ଏହାର ଉତ୍ପାଦନ ୩୦ ଲକ୍ଷରୁ ୧.୨ କୋଟି ଡୋଜ୍‌ରେ ପହଞ୍ଚତ୍ବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri