୨ ପଞ୍ଚାୟତରେ ୫୭ ଜାଲ୍‌ ଭତ୍ତା ହିତାଧିକାରୀ

ନୂଆଗାଁ,୧୮।୭(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ ପରେ ନୟାଗଡ଼ ଉପ ଜିଲାପାଳଙ୍କ ଦ୍ୱାରା ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ନୂଆଗାଁ ବ୍ଲକର ୨ ପଞ୍ଚାୟତରେ ୫୭ ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଉଦୟପୁର ପଞ୍ଚାୟତରେ ୩୪ ଜଣ ଓ ମାଳିସାହି ପଞ୍ଚାୟତରେ ୨୩ ଜଣ ଜାଲ ହିତାଧିକାରୀ ଅଛନ୍ତି। ଏହି ହିତାଧିକାରୀମାନଙ୍କ ଭତ୍ତା ବନ୍ଦ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସଂପୃକ୍ତ ପଞ୍ଚାୟତରେ ଲଗାଯାଇଛି।
ଅଭିଯୋଗ ଅନୁଯାୟୀ, ନୂଆଗାଁ ବ୍ଲକରେ ଅନେକ ଅଯୋଗ୍ୟ ହିତାଧିକାରୀ ନିଜର ଆଧାର କାର୍ଡ, ଫଟୋ ପରିଚୟ ପତ୍ରରେ ନିଜର ବୟସ ବୃଦ୍ଧି, ଆବଶ୍ୟକ କାଗଜପତ୍ର ଓ ନିଜର ଫଟୋ ଏଡିଟିଂ କରି ଭତ୍ତା ହାତେଇଥିଲେ। ଏପରି କି ବାପାଙ୍କୁ ୭୮ ବର୍ଷ ହୋଇଥିବା ବେଳେ ପୁଅର ବୟସ ୬୯ ବର୍ଷ କରି ଭତ୍ତା ହଡପ କରାଯାଉଥିଲା। କେତେଜଣ ବିଭାଗୀୟ କର୍ମଚାରୀ, ସେବା କେନ୍ଦ୍ର ଓ ମଧ୍ୟସ୍ଥଙ୍କୁ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଲେ ଅଯୋଗ୍ୟ ବ୍ୟକ୍ତିମାନେ ଭତ୍ତା ପାଇବା ସମ୍ଭବ ହୋଇପାରୁଥିଲା। ଏପରି କି କେତେଜଣ ସୁସ୍ଥ ସବଳ ଯୁବକ ମଧ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ଆଣି ଭତ୍ତା ପାଉଥିଲେ। ଏହି ଘଟଣାକୁ ନେଇ ‘ଡକ୍ୟୁମେଣ୍ଟ ଏଡିଟିଂ କରି ଭତ୍ତା ହାତେଇବାକୁ ପ୍ରୟାସ’ ଶୀର୍ଷକ ଏକ ରିପୋର୍ଟ ଧରିତ୍ରୀରେ ୨୮ା୫ା୨୦୨୪ରେ ପ୍ରକାଶ ପାଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣା ଉପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପ୍ରକାଶିତ ଖବରର ସତ୍ୟତା ଜାଣିବା ନିମନ୍ତେ ନୟାଗଡ଼ ଉପଜିଲାପାଳ କର୍ଣ୍ଣଦେବ ସମାଦାର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନୂଆଗାଁ ବିଡ଼ିଓ ଓ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ଉଦୟପୁର ପଞ୍ଚାୟତରେ ୩୪ ଜଣ ଓ ମାଳିସାହି ପଞ୍ଚାୟତରେ ୨୩ ଜଣ ଜାଲ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଚଞ୍ଚକତା କରି ସରକାରୀ ଅର୍ଥ ଲୁଟ୍‌ କରିଥିବା ବ୍ୟକ୍ତି ଓ ସେଥିରେ ସମ୍ପୃକ୍ତି ଥିବା ସେବା କେନ୍ଦ୍ର, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ତେବେ କାର୍ଯ୍ୟାନୁଷ୍ଠାନର ପ୍ରଥମ ସୋପାନରେ ଚିହ୍ନଟ ହୋଇଥିବା ୫୭ ଜାଲ ଭତ୍ତା ହିତାଧିକାରୀଙ୍କ ଅନୁଦାନକୁ ବନ୍ଦ କରି ଦିଆଯାଇଛି। ସେହିଭଳି ଅନେକ ସୁସ୍ଥସବଳ ଯୁବକ ଅସତ୍‌ ଉପାୟରେ ଭିନ୍ନକ୍ଷମ ପ୍ରମାଣପତ୍ର ଆଣି ଭତ୍ତା ପାଉଛନ୍ତି। ସେମାନଙ୍କୁ ଯଦି ଯାଞ୍ଚ କରାଯାଆନ୍ତା ତା’ହେଲେ ଆହୁରି ଅନେକ ଜାଲ ହିତାଧିକାରୀ ବାଦ୍‌ ପଡନ୍ତେ। ଫଳରେ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଥିବା ୧୧୭୧ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri