୫୭ ଲକ୍ଷ ବନ୍ୟା ପ୍ରପୀଡ଼ିତ ପାକିସ୍ତାନୀ ଗମ୍ଭୀର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନ ହୋଇଥିବା ୫୭ ଲକ୍ଷ ଲୋକ ଆଗାମୀ ୩ ମାସ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏନେଇ ଜାତିସଂଘର ମାନବୀୟ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ (ଓସିଏଚ୍‌ଏ) ପକ୍ଷରୁ ସତର୍କ କରିଦିଆଯାଇଛି। ବନ୍ୟା ପୂର୍ବରୁ ପଡୋଶୀ ଦେଶରେ ୧୬ ପ୍ରତିଶତ ଲୋକ ମଧ୍ୟମ କିମ୍ବା ଗୁରୁତର ଖାଦ୍ୟାଭାବର ସମ୍ମୁଖୀନ ହେଉଥିଲେ ବୋଲି ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଥିଲା। ପାକିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଅସ୍ବାଭାବିକ ମୌସୁମୀ ବର୍ଷାଜନିତ ବନ୍ୟାରେ ୧,୬୯୫ ଲୋକଙ୍କ ମୃତ୍ୟୁ ହେବା ସହ ୩୩ ନିୟୁତ ପ୍ରଭାବିତ ହୋଇଥିଲେ ଏବଂ ୨୦ ଲକ୍ଷରୁ ଅଧିକ ଘର ଭାଙ୍ଗିଥିଲା। ଏବେ ଲକ୍ଷାଧିକ ଲୋକ ଜରିପାଲ ତଳେ ରହୁଛନ୍ତି।

Share