Posted inଜାତୀୟ

୯ ଘଣ୍ଟାରେ ୫୬ ପ୍ରଶ୍ନ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ତେବେ ପରବର୍ତ୍ତୀ ଜେରା ପାଇଁ ତାଙ୍କୁ ସମନ ହୋଇନାହିଁ।
ତଦନ୍ତକାରୀ ସଂସ୍ଥା ଭାଜପା ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ କରି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାଙ୍କୁ ଗିରଫ କରିବା ଲାଗି ସିବିଆଇକୁ ଭାଜପା ନିଶ୍ଚୟ ନିର୍ଦ୍ଦେଶ ଦେଇଥିବ ବୋଲି କେଜ୍‌ରିଓ୍ବାଲ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚତ୍ବା ପୂର୍ବରୁ ଟୁଇଟରରେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ। ଜେରା ପାଇଁ ସିବିଆଇ ସମନ କରିବା ପରେ ଏଏପି ଆବାହକ କେଜ୍‌ରିଓ୍ବାଲଙ୍କୁ ବହୁ ବିରୋଧୀ ଦଳ ନେତା ସମର୍ଥନ ଜଣାଇଛନ୍ତି। ଅବକାରୀ ମାମଲାରେ ତାଙ୍କର କିଛି ଲୁଚାଇବାର ନାହିଁ। ସେ ସଚ୍ଚୋଟତାର ସହ ସିବିଆଇର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି। ତାଙ୍କର ଲାଏ-ଡିଟେକ୍ଟର ପରୀକ୍ଷା କରାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିବାବେଳେ ଦୁର୍ନୀତିରୁ ଲୋକଙ୍କ ନଜର ହଟାଇବା ପାଇଁ କେଜ୍‌ରିଓ୍ବାଲ ଡ୍ରାମାବାଜି କରୁଥିବା ଭାଜପା ଅଭିଯୋଗ କରିଛି।
ଅବକାରୀ ମାମଲାରେ ପୂର୍ବତନ ଉପମୁଖ୍ୟନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗତ ମାସରେ ସିବିଆଇ ଗିରଫ କରିଥିଲା। କେଜ୍‌ରିଓ୍ବାଲଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆଶଙ୍କା କରି ଭାଜପା ନେତାମାନେ ଏକ ଜରୁରୀ ବୈଠକରେ ଏକାଠି ହୋଇଥିଲେ। ଅପରାହ୍ନ ୫ଟାରେ ଏଏପି ନେତା ଗୋପାଳ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ଜାତୀୟ ସମ୍ପାଦକ ପଙ୍କଜ ଗୁପ୍ତା, ଦିଲ୍ଲୀ ମେୟର ଶେଲି ଓବେରୋଇ, ଡେପୁଟି ମେୟର ଆଲେ ଇକ୍‌ବାଲ ଓ ଦଳର ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ରବିବାର ସକାଳେ କେଜ୍‌ରିଓ୍ବାଲ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକ ସ୍ଥଳକୁ ଯିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଓ କେତେଜଣ କ୍ୟାବିନେଟ ସହଯୋଗୀଙ୍କ ସହ ସିବିଆଇ କାର୍ଯ୍ୟାଳୟକୁ ଯାଇଥିଲେ। ତାଙ୍କୁ ଜେରା ସମୟରେ ଆର୍କବିଶପ୍‌ ରୋଡରେ ଧାରଣାରେ ବସିଥିବା କେତେଜଣ ବରିଷ୍ଠ ଏଏପି ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ, ରାଘବ ଚଢ଼ା, ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, ଅତିଶି ଏବଂ କୈଳାସ ଗେହଲଟ ପ୍ରମୁଖ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri