Categories: ଜାତୀୟ

ବିହାରବାସୀଙ୍କ ସେବା କରିପାରିବେ କେବଳ ୫୬ ଇଞ୍ଚ ଛାତି ଥିବା ଲୋକ: ନଡ୍ଡା

ପାଟନା,୧୫ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସେଥିପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ଆଡକୁ ଭୋଟରଙ୍କୁ ଆକର୍ଷିତ କରିବାରେ ଲାଗି ପଡିଛନ୍ତି । ଏହିକ୍ରମରେ ଗୁରୁବାର ଭାରତୀୟ ଜନତା ପାର୍ଟି(୯ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିହାର ରୋହତାସରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିର୍ବାଚନରେ ଭାଷଣ ଦେବା ସହଜ କଥା, ନାରାବାଜି କରିବା ମଧ୍ୟ ସହଜ କଥା ହେଲେ ଗରିବ ଜନତାଙ୍କ ସେବା କେବଳ ସେହି କରିପାରିବେ ଯାହାର ୫୬ ଇଞ୍ଚର ଛାତି ରହିଛି । ସେ କହିଛନ୍ତି ଯେ ବିହାରକୁ ବୁଝିବା ସହଜ କଥା ନୁହେଁ । ଆଉ ଯିଏ ବିହାରକୁୁ ବୁଝିଛି ଯେ ରାଜନୀତିର ଜନନୀକୁ ବି ବୁଝିଯାଇଛି । ନଡ୍ଡା କହିଛନ୍ତି କେବଳ କାମ ଆଧାରରେ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ । କିଏ ଆଗକୁ କେତେ କାମ କରିବ ତାକୁ ଲକ୍ଷ୍ୟ ନ ରଖି ବରଂ କିଏ କେତେ କାମ କରିଛି ଆଉ କରିପାରିବ ତାକୁ ଦେଖି ଭୋଟ ଦିଅନ୍ତୁ ବୋଲି ସେ ବିହାରବାସୀଙ୍କୁ ଅନୁରୋଧ କରିଛନ୍ତି ।

Share