ଇଣ୍ଡିଆ ଗେଟ୍‌ ସଦୃଶ ତୋରଣ ମୁଖ୍ୟ ଆକର୍ଷଣ

ସୋନପୁର,୨୭।୯(ନି.ପ୍ର.): ସୁବର୍ଣ୍ଣପୁର ସହର ଟିକିରିପଡାରେ ୫୫ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳନ କରାଯିବ। ଏଥିପାଇଁ ପୂଜା କମିଟି କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିବର୍ଷ ନୂଆ ଢଙ୍ଗରେ ପୂଜା ପାଳନ କରି ଆସୁଥିବା ଟିକିରିପଡା ପୂଜା କମିଟି ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତୋରଣର ମୁଖ୍ୟ ଗେଟ୍‌କୁ ଇଣ୍ଡିଆ ଗେଟ୍‌ ସଦୃଶ ନିର୍ମାଣ କରୁଛି। ସୁନ୍ଦର ମୂର୍ତ୍ତି ନିର୍ମାଣ ସହିତ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ଯୋଜନା କରିଛି। ଅକ୍ଟୋବର ୨ତାରିଖ ସପ୍ତମୀ ପୂଜାଠାରୁ ୫ ତାରିଖ ପର୍ଯ୍ୟନ୍ତ ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା’ ଦୁର୍ଗାଙ୍କ ପୂଜା କରାଯିବ। ୬ ତାରିଖ ସନ୍ଧ୍ୟାରେ ଆୟୋଜିତ ଅର୍କେଷ୍ଟ୍ରାରେ ଟି.ସୌରୀ ଓ ଅମ୍ରିତା ନାୟକ ସଙ୍ଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ୮ ତାରିଖ ଶନିବାର ସନ୍ଧ୍ୟାରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରାଯିବ। ଗଙ୍ଗାଧର ମେହେର ଛକରେ ଲାଇଟ ଶୋ ପ୍ରଦର୍ଶନ ହେବ। ମା’ଙ୍କ ଭସାଣି ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସମ୍ବଲପୁରୀ ମେଲୋଡି, ପଞ୍ଜାବି ବାଜା, ସାନ୍ତାଳୀ ନୃତ୍ୟ ଦଳ, ହରିଆଣାର ଶିବ ତାଣ୍ଡବ ନୃତ୍ୟ ଓ କାଳୀ ମାତା ନୃତ୍ୟ ଏବଂ ସମ୍ବଲପୁରର ଘଣ୍ଟବାଦ୍ୟ ପରିବେଷଣ କରାଯିବ ବୋଲି ପୂଜା କମିଟି ସଭାପତି ପ୍ରାଣବନ୍ଧୁ ବାରିକ, ସମ୍ପାଦକ ନରସିଂହ ସେଠୀ, କୋଷାଧ୍ୟକ୍ଷ ସଞ୍ଜିବ ମଲ୍ଳିକ, ସଭ୍ୟ ପ୍ରଦୀପ ସେଠୀ, ସୂର୍ଯ୍ୟନାରାୟଣ ବାଗ, ଛନ୍ଦା ଚରଣ ମିଶ୍ର, ବାବୁଲୁ ଦଣ୍ଡସେନା, ବିପ୍ର ଦାଶ ଓ ଓ ଦୀନବନ୍ଧୁ ବଢେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୨ଲକ୍ଷ ଟଙ୍କାର ବଜେଟ ରଖାଯାିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପୂଜା ସହିତ ପୂଜା କମିଟି ପକ୍ଷରୁ ସମାଜସେବାମୂଳକ କାର୍ଯ୍ୟ କରାଯାଇଥାଏ। ଏହିକ୍ରମରେ ଗତ ଶନିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସନ୍ଧ୍ୟାରେ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri