ସାଲିଆସାହିରେ ଭାଙ୍ଗିବ ୫୫୬ ଘର

ଭୁବନେଶ୍ୱର,୧୯ା୧୦: ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍‌ସି, ବିଡିଏ, କମିଶନରେଟ୍‌ ପୋଲିସ, ୱାଟ୍‌କୋ, ଆର୍‌ଆଣ୍ଡବି, ଟାଟା ପାୱାରର ମିଳିତ ଟିମ୍‌ ଘର ଭଙ୍ଗା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।

ତେବେ ଗୋଟିଏ ଦିନରେ ୩୨୦ରୁ ଊର୍ଦ୍ଧ୍ୱ ଘର ଭଙ୍ଗାଯାଇଛି। ତେବେ ଏହାକୁ ମିଶାଇ ପ୍ରାୟ ୪୦୦ଟି ଘର ଭଙ୍ଗାଯାଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ଘର ଉଚ୍ଛେଦରେ ୧୩ଟି ଜେସିବି ଓ କମିଶନରେଟ୍‌ ପୋଲିସ ପକ୍ଷରୁ ୧୨ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି।

ଆଗାମୀ ୭ଦିନ ପର୍ଯ୍ୟନ୍ତ ମୋଟ ୫୫୬ଟି ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଗୁରୁବାର ବାକି ଘର ଭଙ୍ଗା କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଆଦିବାସୀ ପଡିଆରେ କିଛି ଲୋକ ଅସ୍ଥାୟୀ କୁଡିଆ କରି ରହୁଥିବା ବେଳେ ସେମାନେ ସେଠାରୁ ଉଠିବାକୁ ରାଜି ହେଉନାହାନ୍ତି। ଉକ୍ତ ପଡିଆରୁ ସେମାନଙ୍କୁ ଉଠାଇବାକୁ ଉଚ୍ଛେଦକାରୀ ଦଳକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା। ଆନ୍ଦୋଳକାରୀଙ୍କୁ ପୋଲିସ ଉଠାଇ ନେବା ସହ ୨ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ପୁଣି ବୁଲଡୋଜର ମାଡ଼: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ନିଶା ଆଡ୍ଡାସ୍ଥଳୀ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ,…

IAS ସ୍ତରରେ ଅଦଳବଦଳ, ୫ IASଙ୍କୁ….

ଭୁବନେଶ୍ବର,୧୨।୩: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

‘ମୁଁ କ୍ଷମା ମାଗିଥିଲି କାରଣ…’ପ୍ଲେଇଂ ୧୧ ବିବାଦ ଉପରେ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା

ନୂଆାଦିଲ୍ଲୀ,୧୨।୩: ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି୨୦ ବିଶ୍ୱକପ ସମୟରେ ନେଇଥିବା ଏକ ବଡ଼ ନିଷ୍ପତ୍ତି ବିଷୟରେ ମୁହଁ ଖୋଲିଛନ୍ତି। ଭାରତୀୟ ଅଧିନାୟକ ସ୍ବୀକାର କରିଛନ୍ତି ଯେ ସୁପର…

ରାଜ୍ୟରେ ବଢୁଛି ଶିଶୁ ଯୌନ ନିର୍ଯାତନା, ଛାତ୍ରୀଛାତ୍ରଙ୍କୁ ତାଲିମ୍ ଦେଲା ଗଜପତି ପୋଲିସ

ମୋହନା,୧୨।୩( ମନ୍ମଥ ମିଶ୍ର ): ଦୀନକୁ ଦିନ ରାଜ୍ୟରେ ଶିଶୁ ନିର୍ଯାତନା ସହ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଯାହା ଫଳରେ ଗଜପତି ପୋଲିସ୍ ପକ୍ଷରୁ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri