ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ବିଶେଷକରି ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତ୍ତ୍ୱପୂର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଟିସି ଲିମିଟେଡ୍ ଦ୍ୱାରା ୧୦ ମେଗାୱାଟ୍ ଗ୍ରାଉଣ୍ଡ ମାଉଣ୍ଟେଡ୍ ସୌରପ୍ରକଳ୍ପ, ଟାଟା ଷ୍ଟିଲ୍ ଦ୍ୱାରା ୭.୯୨ ମେଗାୱାଟ୍ ଗ୍ରାଉଣ୍ଡ ମାଉଣ୍ଟେଡ୍ ସୌରପ୍ରକଳ୍ପ ଏବଂ ଏମ୍ଜିଏମ୍ ଗ୍ରୀନ୍ ଏନର୍ଜି ଲିମିଟେଡ୍ର ୫ ମେଗାୱାଟ୍ ଗ୍ରାଉଣ୍ଡ ମାଉଣ୍ଟେଡ ସୌରପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି, ଯାହାକି ରାଜ୍ୟର ସାମ୍ପ୍ରତିକ ସୌରଶକ୍ତି କ୍ଷମତାକୁ ଅଧିକ ପରିବର୍ଦ୍ଧିତ କରିବ। ସେହିପରି ରାଜ୍ୟରେ ଜଳ ବିଦ୍ୟୁତ୍ ଶକ୍ତି ଉତ୍ସର ଯଥାଯଥଃ ଉପଯୋଗ ଦିଗରେ ବଳିଷ୍ଠ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ ଅଧୀନ ଜେଡ୍କଲ୍ ଓ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼(ସେଲ୍)ର ଯୌଥ ଉଦ୍ୟୋଗରେ ୧୦ ମେଗାୱାଟ୍ ଉପତ୍ାଦନକ୍ଷମ ଏକ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏତଦ୍ବ୍ୟତୀତ, ଜେଏସ୍ଡବ୍ଲ୍ୟୁ-ନିଓ ଏନର୍ଜି ଲିମିଟେଡ୍ ଦ୍ୱାରା ପ୍ରାସ୍ତାବିତ ୪୯.୫ମେଗାୱାଟ୍ କ୍ଷମତା ବିଶିଷ୍ଟ ରାଜ୍ୟର ପ୍ରଥମ ପବନ ଶକ୍ତି ପ୍ରକଳ୍ପକୁ ମଧ୍ୟ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍ଡବ୍ଳ୍ୟୁସି) ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ୨୦୨୪ ମାର୍ଚ୍ଚ ୧୬ ସୁଦ୍ଧା ୩୯୭.୨୬ମେଗାୱାଟ୍ ଅକ୍ଷୟଶକ୍ତି ଉପତ୍ାଦନ ପାଇଁ ମୋଟ ୩,୧୨୯.୫୪ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି।
‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ
ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…
ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ
ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…
ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍
ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି
ତେହରାନ୍,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…
ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ
ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…
‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!
ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
Archives

