୫୫ ଖବରଦାତାଙ୍କ ନମୁନା ନେଗେଟିଭ୍‌

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ବୁଧବାର ୫୫ ଜଣ ଖବରଦାତାଙ୍କ ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ବିଏମ୍‌ସି ସୂଚନା ଦେଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ କାର୍ଯ୍ୟରତ ଖବରଦାତାମାନେ କେତେ ପରିମାଣରେ ସୁରକ୍ଷିତ ଅଛନ୍ତି, ସେନେଇ ବିଏମ୍‌ସି ଦ୍ୱାରା ଏହି ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ଏଥିସହ କୋଭିଡ୍‌ ପ୍ରତି ଅଧିକ ସତର୍କ ରହି ଜନସାଧାରଣଙ୍କୁ ମଧ୍ୟ ସଚେତନ କରିବାକୁ କମିଶନର ଚୌଧାରୀ ଖବରଦାତାଙ୍କୁ ଅପିଲ୍‌ କରିଛନ୍ତି।