୫୫ ପଞ୍ଚାୟତବାସୀଙ୍କୁ ଘାରିଛି ଜଳବନ୍ଦୀ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୫/୮:କେନ୍ଦ୍ରାପଡ଼ା ଜିଲାରେ ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଜିଲାର ବିଭିନ୍ନ ବ୍ଲକରେ ୧୦ ତାରିଖରେ ୧୫୪ ମିଲିମିଟର, ୧୧ରେ ୧୯୫ ମି.ମି., ୧୨ରେ ୧୯୧ ମି.ମି., ୧୩ରେ ୧୫୨ ମି.ମି. ଓ ୧୪ ତାରିଖରେ ୫୦୨ ମିଲିମିଟର ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ ରେକର୍ଡ କରାଯାଇଛି। ସେହିପରି ଗତ ୧୨ ତାରିଖ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ଉଠି ବତିଘର, କଜଳାପାଟିଆ, ପେଣ୍ଠ, କଂସାର ବଡ଼ଦାଣ୍ଡୁଆ, ସାତଭାୟା, ତାଳଚୁଆ, ରଙ୍ଗଣୀ ଆଦି ପଞ୍ଚାୟତର ଲୁଣାବନ୍ଧକୁ ଡେଇଁ ପାଣି କ୍ଷେତ ଓ ଗ୍ରାମରେ ପଶିଛି। ଏହି ସମୟରେ ମହାନଦୀରେ ପ୍ରଥମ ବନ୍ୟାଜଳ ଆସୁଥିବାରୁ ଜିଲାର ୫୫ ପଞ୍ଚାୟତବାସୀଙ୍କୁ ଜଳବନ୍ଦୀ ଭୟ ଘାରିଛି। ଲୁଣା, ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳବାସୀ ବନ୍ୟା ଘେରରେ ରହିବେ ବୋଲି ସତର୍କ ହେଲେଣି। ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଓ ପାଇକା ନଦୀ ବନ୍ଧ ବହୁ ସ୍ଥାନରେ ଦୁର୍ବଳ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ନିରୀକ୍ଷଣ କରାଯାଉଛି। ଉପାନ୍ତ ଅଞ୍ଚଳରେ ବନ୍ୟା ହେଲେ ଅଧିବାସୀଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ୨ ଓଡ୍ରାଫ୍‌ ଟିମ୍‌, ୧ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ୪ଟି ଅଗ୍ନିଶମ ବିଭାଗ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚତ୍ଛନ୍ତି।
ମହାନଦୀ ଜଳ ଲୁଣା, କରାଣ୍ଡିଆ ନଦୀରେ ପ୍ରବାହିତ ହେବ। କରିଲୋପାଟଣା, ଜଳପୋକ, ଆଇତିପୁର, ଜମପଡ଼ା, ମେହେନ୍ଦି ନଗର, ବଛରା, ହିନ୍ଦୁଳିଆ, ମଣିକୁଣ୍ଡା, ମାର୍ଶାଘାଇ, ଦୁମୁକା, ଦଶିପୁର ପ୍ରଭୃତି ପଞ୍ଚାୟତରେ ଏହି ନଦୀର ବନ୍ୟାଜଳ ପଶିବା ସମ୍ଭାବନା ଅଛି। ସେହିପରି ଚିତ୍ରୋତ୍ପଳା ନଦୀ ନିକଟ ଆଖୁଆଦକ୍ଷିଣୀ, ରାଘବପୁର, ପରକୁଳା, ତାଳସଙ୍ଗା, ଗରଜଙ୍ଗା ପଞ୍ଚାୟତରେ ବନ୍ୟାଜଳ କ୍ଷେତ ନଷ୍ଟ କରିବା ସହ ଘରେ ପଶିବା ଆଶଙ୍କା ଅଛି। ପାଇକା ନଦୀ ପାର୍ଶ୍ୱବର୍ତ୍ତୀ ବଟିରା, ଅନ୍ତେଇ, ମଙ୍ଗରାଜପୁର ଆଦି ପଞ୍ଚାୟତରେ ମଧ୍ୟ ବନ୍ୟା ଚିନ୍ତା ବଢ଼ିଛି। ଚଳିତ ବର୍ଷ ଜିଲାର ୪୪ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ଏହାର ମରାମତି ହୋଇଥିବା ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସ୍ଥାନୀୟ ଅଧିବାସୀଙ୍କ ସୂଚନା ଅନୁଯାୟୀ ଡେରାବିଶ, ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମରାମତି କାର୍ଯ୍ୟ ସରିନାହିଁ। ଜିଲାରେ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ନଦୀ ଓ ଶାଖା ନାଳର ତଳମୁଣ୍ଡରେ ବନ୍ଧ ନ ଥିବାରୁ ୫୫ ପଞ୍ଚାୟତର ୪୬୭ ଗ୍ରାମରେ ବନ୍ୟାଜଳ ପଶିବା ଆଶଙ୍କା ଅଛି। ଏହି ବନ୍ୟାଜଳ କ୍ଷେତ ସହ ଜନଜୀବନକୁ ଅସ୍ତବ୍ୟସ୍ତ କରିବ। ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସତର୍କ ଦୃଷ୍ଟି ରଖାଯାଇଛି। ଦୁର୍ବଳ ନଦୀବନ୍ଧ ଚିହ୍ନଟ, ମରାମତି ସହ ଆବଶ୍ୟକ ସ୍ଥଳେ ବାଲିବସ୍ତା ଗଚ୍ଛିତ ରହିଛି। ସେହିପରି ଜଳସମ୍ପଦ ବିଭାଗ ବନ୍ୟାର ସ୍ଥିତି ନିରୀକ୍ଷଣ କରୁଛି। କୌଣସି ସ୍ଥାନରେ ବନ୍ଧ ଭାଙ୍ଗିବା ସ୍ଥିତି ନ ଥିବା ରିପୋର୍ଟ ଆସିଛି। ଆବଶ୍ୟକ ମୁତାବକ ବନ୍ୟାପ୍ଲାବିତ ଅଞ୍ଚଳରୁ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ସ୍ବାସ୍ଥ୍ୟସେବା ଓ ଖାଦ୍ୟସାମଗ୍ରୀ ଯୋଗାଇବା ପାଇଁ ବିଡିଓ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri