ଶପଥ ନେଲେ ୫୫ ନୂଆ ସିଭିଲ ଜଜ୍‌

କଟକ,୩୦ା୩(କାର୍ତ୍ତିକ ସାହୁ): ୨୦୨୨ ବ୍ୟାଚ୍‌ରେ ନିଯୁକ୍ତି ପାଇଥିବା ୫୫ ଜଣ ନୂଆ ସିଭିଲ୍‌ ଜଜ୍‌(ଜୁନିୟର ଡିଭିଜନ)ଙ୍କ ଶପଥ ଗ୍ରହଣ ଉତ୍ସବ ଓଡ଼ିଶା ଜୁଡିସିଆଲ ଏକାଡେମୀ ପରିସରସ୍ଥ ଗତିକୃଷ୍ଣ ମିଶ୍ର ଅଡିଟୋରିୟମଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜୁଡିସିଆଲ ଏକାଡେମୀର ପାଟ୍ରୋନ୍‌-ଇନ୍‌-ଚିଫ୍‌ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନୂତନ ଜଜ୍‌ମାନଙ୍କୁ ଶପଥ ପାଠ କରାଇଥିଲେ। ନୂଆ ବିଚାରପତିମାନଙ୍କୁ ପରାମର୍ଶ ଦେଇ ମୁଖ୍ୟ ବିଚାରପତି ସିଂହ କହିଲେ, ବିଚାରପତି ହେବା ସାଧାରଣ କାମ ନୁହେଁ, ଶିକ୍ଷାଗ୍ରହଣର ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା। କୋର୍ଟର ବିଚାର କାର୍ଯ୍ୟରେ ଥିବା ବେଳେ ବ୍ୟକ୍ତିଗତ ଜୀବନ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ବିଚାରପତି ହେବା ପାଇଁ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତା ରହିବା ଦରକାର। ବିଚାର ବ୍ୟବସ୍ଥାର ନୈତିକତାକୁ ବଜାୟ ରଖିବାକୁ ମୁଖ୍ୟ ବିଚାରପତି ଗୁରୁତ୍ୱାରୋପ କରିଥିଲେ। ଜୁଡିସିଆଲ ଏକାଡେମୀ ସଦସ୍ୟ ତଥା ହାଇକୋର୍ଟର ବିଚାରପତି କୃଷ୍ଣ ରାମ ମହାପାତ୍ର ଜୁଡିସିଆଲ ଏକାଡେମୀରେ ତାଲିମ ଗ୍ରହଣ ଉପରେ ଗୁରୁତ୍ୱାରୋପ କରି ଏହାକୁ ଗୁରୁକୁଳ ଭାବେ ଅଭିହିତ କରିଥିଲେ। ନୂତନ ବିଚାରପତିମାନଙ୍କ କ୍ୟାରିୟର ଗଠନ ଦିଗରେ ଜୁଡିସିଆଲ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ। ଜୁଡିସିଆଲ ଏକାଡେମୀର ସଦସ୍ୟ ତଥା ହାଇକୋର୍ଟର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇ ନୂତନ ବିଚାରପତିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନୂତନ ବିଚାରପତିମାନେ ନିଜକୁ ଏଭଳି ଭାବେ ଗଠନ କରନ୍ତୁ ଯେପରି ନିଶ୍ଚିତ ଭାବେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବେ। ଜୁଡିସିଆଲ ଏକାଡେମୀର ନିର୍ଦ୍ଦେଶକ ବିଦ୍ୟୁତ୍‌ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। ହାଇକୋର୍ଟର ବିଚାରପତିଗଣ, ହାଇକୋର୍ଟ ରେଜିଷ୍ଟ୍ରିର ଅଧିକାରୀଗଣଙ୍କ ସମେତ ଅତିଥି ଓ ନୂତନ ସିଭିଲ୍‌ ଜଜ୍‌ମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଅତିରିକ୍ତ ନିର୍ଦ୍ଦେଶକ ବଦ୍ରିନାରାୟଣ ନନ୍ଦ, ଉପନିର୍ଦ୍ଦେଶକ ସ୍ବପ୍ନା ସାଗରିକା ମିଶ୍ର, ସହକାରୀ ନିର୍ଦ୍ଦେଶକ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri