ବ୍ୟାଙ୍କ୍‌ରେ ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍‌: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା,୪।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନାଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡିଛି। ସୁନା ଆପ୍ରାଇଜର ଜଣକ ନିଜ ନାଁରେ ରଣ ନ ନେଇ ଅନ୍ୟ ୨ଜଣ ନାଁରେ ଏହି ଋଣ ନେଇଥିବାବେଳେ ସେମାନେ ଋଣ ସୁଝି ନ ପାରିବା ପରେ ଘଟଣା ପଦାକୁ ଆସିଛି। ବନ୍ଧକ ପଡିଥିବା ସୁନା ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା।

ସୂଚନା ଅନୁଯାଇ ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ୩ବର୍ଷ ଧରି ପି. ସତ୍ୟରାମ ଆଚାରୀ ସୁନା ଆପ୍ରାଇଜର ଭାବେ ଦାୟିତ୍ୱ ତୁଲାଉଥିଲେ। ଏହାର ସୁଯୋଗ ନେଇ ସେ ଚତୁରତାର ସହ ନିଜର ସୁନା ଦୋକାନ ରେ କାମ କରୁଥିବା ୨ଜଣଙ୍କ ନାଁରେ ୨ଟି କିସ୍ତିରେ ପ୍ରାୟ ୫୫ ଲକ୍ଷ ଟଙ୍କାର ସୁନା ଋଣ ନେଇଥିଲେ। ଦୋକାନରେ କାମ କରୁଥିବା ଗରିବ ଝିଅ ରୁନୁବାଳା ପ୍ରଧାନଙ୍କ ଦସ୍ତଖତ ନେଇ ୨୦୨୧ରେ ୟୁକୋ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ସେ ୨୫ ଲକ୍ଷ ଟଙ୍କା ଋଣ ମଞ୍ଜୁର କରି ନେଇଥିଲେ। ପରେ ରୁନୁବାଳାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ନେଇଥିଲେ I ଦୀର୍ଘ ୩ବର୍ଷ ପରେ ଋଣ ଅବଧି ଶେଷ ହୋଇଯିବା ପରେ ବ୍ୟାଙ୍କ ପକ୍ଷରୁ ଗତ ଜୁଲାଇ ମାସରେ ଘଟଣାର ଖୋଳତାଡ଼ କରାଯାଇଥିଲା। ଯାଞ୍ଚ ବେଳେ ଋଣ ନେଇଥିବା ରୁନୁବାଳା ଋଣ ସୁଝି ନ ଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି ହୋଇଥିଲା। ଦୋକାନରେ କାମ କରୁଥିବା ରୁନୁଙ୍କୁ ବ୍ୟାଙ୍କ ପକ୍ଷରୁ ୩୪ ଲକ୍ଷ ଟଙ୍କା ଋଣ ପରିଶୋଧ କରିବାକୁ ଜୁଲାଇ ମାସରେ ନୋଟିସ ଜାରି ହୋଇଥିଲା। ସେ ଜଣେ ଗରିବ ପରିବାରର ହୋଇଥିବାରୁ ଏତେ ଟଙ୍କା ଋଣ କିଭଳି ନେବେ ବୋଲି କହିବା ପରେ ଘଟଣା ପଦାକୁ ଆସିଥିଲା। ଯାଞ୍ଚ ପରେ ଜାଲିଆତି କରି ନକଲି ସୁନା ଦେଇ ବିପୁଳ ପରିମାଣର ଋଣ ନିଆଯାଇଥିବା ଜଣାପଡିଥିଲା। ସେହିପରି ଜି.ସୀମାଞ୍ଚଳ ରେଡ୍ଡୀଙ୍କ ନାମରେ ମଧ୍ୟ ସୁନା ଆପ୍ରାଇଜର ପ୍ରାୟ ୩୦ଲକ୍ଷ ଟଙ୍କାର ଋଣ ନେଇଥିବା ଜଣାପଡିଛି। ଏଠରେ ନକଲି ସୁନା ଅଳଙ୍କାର ଦିଆଯାଇ ଏହି ସୁନା ଋଣ ନିଆଯାଇଥିବା ଜଣାପଡିଛି।
ଏତେ ଟଙ୍କାର ଋଣ ପରିଶୋଧ ନ ହେବା ପରେ ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଦ୍ବାରା ବ୍ୟାଙ୍କରେ ଦାଖଲ ହୋଇଥିବା ସୁନା ଅନ୍ୟ ଜଣେ ସୁନାରୀଙ୍କ ଦ୍ବାରା ଯାଞ୍ଚ ପରେ ତାହା ନକଲି ସୁନା ଅଳଙ୍କାର ବୋଲି ଜଣାପଡିଥିଲା। ଏହି ୫୫ଲକ୍ଷ ଟଙ୍କାର ଦୁର୍ନୀତି ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଇତିମଧ୍ୟରେ ସୁନା ଆପ୍ରାଇଜର ସତ୍ୟରାମ ଗତ ଜୁଲାଇ ମାସଠାରୁ ନିଜର ସୁନା ଦୋକାନ ବନ୍ଦ କରି କେଉଁଆଡ଼େ ଚାଲିଯାଇଥିବା ଜଣାପଡିଛି। ମଙ୍ଗଳବାର ଏହି ଘଟଣାର ତଦନ୍ତ କରିବାକୁ ଫୁଲବାଣୀ ୟୁକୋ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର କାହ୍ନୁ ଚରଣ ସାହୁ ଓ ଭଞ୍ଜନଗରର ଜଣେ ସୁନାରି ବାଲିଗୁଡ଼ା ୟୁକୋ ବ୍ୟାଙ୍କକୁ ଆସି ମାମଲାର ତଦନ୍ତ କରିଛନ୍ତି। ସଂପୃକ୍ତ ସୁନାରି ସୁନା ଚିହ୍ନିବା ପରେ ବ୍ୟାଙ୍କର ଜୋନାଲ ଅଫିସକୁ ତଦନ୍ତ ରିପୋର୍ଟ ଦେଇଛନ୍ତି । ଘଟଣା ସମ୍ପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ସେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାଙ୍କ ପକ୍ଷରୁ ପୁଣି ଉକ୍ତ ସୁନାର ତନଖି କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri